ଏଠି ଭଡ଼ାରେ ମିଳନ୍ତି ଗାର୍ଲଫ୍ରେଣ୍ଡ, କିନ୍ତୁ ସର୍ତ୍ତ ଲାଗୁ

0

ଯଦି ଆପଣ ନିସଙ୍ଗ ଅଛନ୍ତି ଅଥବା ଆପଣଙ୍କ ଦ୍ୱାରା କୌଣସି ଝିଅ ପଟୁନାହାନ୍ତି, ତେବେ ଆଉ ଚିନ୍ତା କରନ୍ତୁ ନାହିଁ। କାହିଁକି ନା ଏବେ ଗାର୍ଲଫ୍ରେଣ୍ଡ (ବାନ୍ଧବୀ) ମଧ୍ୟ ଭଡ଼ାରେ ମିଳୁଛନ୍ତି। ଏଥିପାଇଁ ଆପଣଙ୍କ ପକେଟରୁ କିଛି ଖର୍ଚ୍ଚ କରିବାକୁ ପଡ଼ିବ। ଏଥିସହ ଏକ ସର୍ତ୍ତ ମଧ୍ୟ ରହିଛି। ସର୍ତ୍ତ ଏପରି ଯେ, ଆପଣ ଭଡ଼ାରେ ଆଣିଥିବା ବାନ୍ଧବୀଙ୍କୁ ସ୍ପର୍ଶ କରିବେ ନାହିଁ। ତେବେ ଭଡ଼ାରେ ବାନ୍ଧବୀ ମିଳିବା ବ୍ୟବସ୍ଥା ଦକ୍ଷିଣ ଚୀନର ହୁଆନ ସହରରେ ଥିବା ଏକ ଶପିଂ ସେଣ୍ଟରରେ ଉପଲବ୍ଧ। ଏଠାରେ ପ୍ରାୟ ୧୫ଜଣ ଯୁବତୀ ଏହି କାର୍ଯ୍ୟରେ ନିୟୋଜିତ। ଏହି ଶପିଂ ସେଣ୍ଟରରେ ସମସ୍ତ ଯୁବତୀ ମଡେଲ ପରି ଠିଆ ହୋଇଥିବା ଦେଖିବାକୁ ମିଳିବ। ସେମାନଙ୍କ ମଧ୍ୟରୁ ଯିଏ ପସନ୍ଦ ହେବେ, ତାହାଙ୍କୁ ଆପଣ ନେଇଆସିବେ କିନ୍ତୁ ବଦଳରେ କିଛି ଟଙ୍କା ଦେବାକୁ ପଡ଼ିବ। ଭାରତୀୟ ମୁଦ୍ରା ହିସାବରେ ୧୪ ଟଙ୍କା ଦେଇ ଆପଣ ସମ୍ପୃକ୍ତା ଯୁବତୀଙ୍କ ସହ ପ୍ରାୟ ୨୦ ମିନିଟ ଧରି ସମୟ ବିତାଇବାର ସୁଯୋଗ ପାଇବେ। ବାନ୍ଧବୀଙ୍କୁ ନେଇ ଶପିଂ, ଲଞ୍ଚ କିମ୍ବା ଡିନର ମଧ୍ୟ କରିପାରିବେ।

Leave A Reply