www.samajalive.in
Sunday, December 7, 2025
14.1 C
Bhubaneswar

ଇମ୍ରାନ୍‌ ସରକାରରେ ତେଜୁଛି ଜାତିଆଣ ବିବାଦ

ଇସଲାମାବାଦ: ପାକିସ୍ତାନ ସରକାରଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ(ଇଏସି)ରୁ ଦୁଇ ଦିନ ମଧ୍ୟରେ ଦ୍ୱିତୀୟ ଅର୍ଥନୀତିଜ୍ଞ ପଦତ୍ୟାଗ କରିଛନ୍ତି। ଶୁକ୍ରବାର ଅତିଫ ଆର ମିଆଁ ପଦତ୍ୟାଗ କରିଥିବାବେଳେ ଏହାର ଦିନକ ପରେ ଇମ୍ରାନ୍‍ ରସୁଲ ପରିଷଦରୁ ଇସ୍ତଫା ଦେଇଛନ୍ତି। ପାକିସ୍ତାନ ସରକାରଙ୍କ ପରାମର୍ଶକ୍ରମେ ପ୍ରତିଷ୍ଠିତ ଆମେରିକୀୟ ଅର୍ଥନୀତିଜ୍ଞ ଅତିଫ ଆର ମିଆଁ ପରିଷଦର ସଦସ୍ୟ ପଦ ପରିତ୍ୟାଗ କରିଥିଲେ। ମୌଳବାଦୀ ଶକ୍ତିଙ୍କ ବିରୋଧ ଯୋଗୁଁ ପୁନର୍ଗଠିତ ପରିଷଦର ସଦସ୍ୟ ପଦ ପାଇଁ ତାଙ୍କର ମନୋନୟନ ପତ୍ର ଅଗ୍ରାହ୍ୟ ହୋଇଥିଲା। ଏହାର ପ୍ରତିବାଦରେ ଶନିବାର ଅନ୍ୟତମ ବିଶିଷ୍ଟ ବ୍ରିଟିଶ ଅର୍ଥନୀତିଜ୍ଞ ଇମ୍ରାନ୍‍ ରସୁଲ ପରିଷଦରୁ ଇସ୍ତଫା ଦେଇଛନ୍ତି। ରସୁଲ ସମ୍ପ୍ରତି ୟୁନିଭର୍ସିଟି କଲେଜ, ଲଣ୍ଡନରେ ପ୍ରଫେସର ଅଛନ୍ତି। ‘ମିଆଁଙ୍କୁ ଯେଉଁଭଳି ପରିସ୍ଥିତିରେ ଓ ଯେଭଳି ଅପମାନଜନକ ଭାବେ ବିଦା କରାଗଲା ତାହା ଆମ ପାଇଁ ଅସହ୍ୟ। କାର୍ଯ୍ୟ କ୍ଷେତ୍ରରେ କୌଣସି ଧାର୍ମିକ ସମ୍ପୃକ୍ତି ମୋର ବିଚାର ଓ ଛାତ୍ରଛାତ୍ରୀଙ୍କ ପ୍ରଦାନ କରୁଥିବା ମୂଲ୍ୟବୋଧର ପରିପନ୍ଥୀ’ ବୋଲି ରସୁଲ ଦର୍ଶାଇଛନ୍ତି। ରସୁଲଙ୍କ ସହିତ ପରିଷଦର ଅନ୍ୟତମ ସଦସ୍ୟ ହାର୍ଭାର୍ଡ ଅର୍ଥନୀତିଜ୍ଞ ଅସୀମ ଇଆଜ ଖ୍ୱାଜା ମଧ୍ୟ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି। ଅହମ୍ମଦୀ ସମ୍ପ୍ରଦାୟ ପାକିସ୍ତାନରେ ଅଣ-ମୁସଲମାନ ଭବେ ବିବେଚିତ। ସେମାନଙ୍କ ବିଚାରଧାରା ଉଦାର ହୋଇଥିବାରୁ ବାରମ୍ବାର ମୌଳବାଦୀ ତଥା ଆତଙ୍କବାଦୀଙ୍କ ଆକ୍ରମଣର ଶିକାର ହୋଇଥଆନ୍ତି। ଉପରୋକ୍ତ ଅର୍ଥନୀତିଜ୍ଞମାନେ ଅହମ୍ମଦୀ ସମ୍ପ୍ରଦାୟର ହୋଇଥିବାବେଳେ ସରକାରରେ ବିବାଦୀୟ ପରିସ୍ଥିତି ଉପୁଜିଥିଲା। ପରିଷଦ ପୁନର୍ଗଠନରେ ମୌଳବାଦୀ ତଥା ଉଗ୍ରବାଦୀମାନଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‍ ସ୍ପଷ୍ଟ କରିବା ପରେ ବିବାଦର ସୂତ୍ରପାତ ହୋଇଥିଲା। ଅତିଫ ହେଉଛନ୍ତି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିରେ ସ୍ଥାନ ପାଇଥିବା ଏକମାତ୍ର ପାକିସ୍ତାନୀ ଅର୍ଥନୀତିଜ୍ଞ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories