BJD Bijuli 480×75 Mob

ଆଇନଜୀବୀ-ପୁଲିସ ବିିବାଦ: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ

BJD Bijuli 480×75 Mob
0

କଟକ:ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ପୁଲିସ ମାଡ଼ ମାରିବା ପ୍ରସଙ୍ଗରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ. ଜାଭେରୀ ଓ ଜଷ୍ଟିସ କେ. ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମଙ୍ଗଳବାର ଶୁଣାଣି କରି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଛନ୍ତି। ଜଣେ ଡିଏସ୍‍ପି ପାହ୍ୟାର ଅଧିକାରୀ ଘଟଣାର ତଦନ୍ତ କରିବେ ବୋଲି କୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି।
ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସୋମବାରକୁ ଧାର୍ୟ୍ୟ ହୋଇଛି। ପୂର୍ବ ନିର୍ଦେଶ ଅନୁଯାୟୀ ଆଜି ହାଇକୋର୍ଟରେ ଡିସିପି ଅଖିଳେଶ୍ୱର ସିଂହ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରିଥିଲେ। ଘଟଣାର ତଦନ୍ତକାରୀ ଅଧିକାରୀ ଆଜି କୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିଥିଲେ।
ନ୍ୟାସନାଲିଷ୍ଟ ଲୟର୍ସ ଫୋରମ ପକ୍ଷରୁ ଦାୟର ମାମଲା ଉପରେ ଶୁଣାଣି କରି କୋର୍ଟ ଉପରୋକ୍ତ ଆଦେଶ ପ୍ରଦାନ କରିଥିବାବେଳେ ପ୍ରତିଜବାବ ରଖିବା ପାଇଁ ଆବେଦନକାରୀଙ୍କୁ ନିର୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ, ନ୍ୟାସନାଲିଷ୍ଟ ଲୟର୍ସ ଫୋରମର ସବ୍ୟସାଚୀ ମହାପାତ୍ରଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ ଆଇନଜୀବୀଙ୍କୁ ପୁଲିସର ମାଡ଼ ଘଟଣାରେ ବିଚାର ବିଭାଗୀୟ ତଦନ୍ତ ପାଇଁ ପ୍ରାର୍ଥନା କରାଯାଇଥିଲା।
ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରସନ୍ନକୁମାର ପାଢୀ ଓ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ସୂର୍ୟ୍ୟପ୍ରସାଦ ମିଶ୍ର ମାମଲା ପରିଚାଳନା କରୁଛନ୍ତି। କଟକ ବାର ଆସୋସିଏସନ ସଭାପତି ଉମାକାନ୍ତ ନନ୍ଦ ଓ ସମ୍ପାଦକ ନରେଶଚନ୍ଦ୍ର ଜେନାଙ୍କ ପକ୍ଷରୁ ହାଇକୋର୍ଟରେ ଆଉ ଏକ ମାମଲା ଦାୟର କରାଯାଇଥିଲା। ଉଭୟ ମାମଲାରେ ତଦନ୍ତ ପାଇଁ ସିବିଆଇ କିମ୍ବା ବିଚାର ବିଭାଗୀୟ ତଦନ୍ତ କରିବାକୁ ଆବେଦନକାରୀ ହାଇକୋର୍ଟରେ ନିବେଦନ କରିଥିଲେ। ଏହି ମାମଲାରେ ଗୃହସଚିବ, ଡିଜିପି, ସିବିଆଇ ,ପୁଲିସ କମିସନର, ଚାଉଳିଆଗଞ୍ଜ ଥାନା ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି।
ଅପରପକ୍ଷରେ ଆଇନଜୀବୀଙ୍କ କାର୍ୟ୍ୟବନ୍ଦ ଆନ୍ଦୋଳନ ଅବ୍ୟାହତ ରହିଛି। ଆସନ୍ତାକାଲି ହାଇକୋର୍ଟ ବାର ଆସୋସିଏସନର ସାଧାରଣ ପରିଷଦ ବୈଠକ ପରେ ପରବର୍ତ୍ତୀ କାର୍ୟ୍ୟପନ୍ଥା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଆସୋସିଏସନର ସମ୍ପାଦକ ସତ୍ୟବ୍ରତ ମହାନ୍ତି ଜଣାଇଛନ୍ତି। ଆସନ୍ତା ଶନିବାର ରାଜ୍ୟର ୧୬୦ରୁ ଊର୍ଦ୍ଧ୍ବ ବାର ଆସୋସିଏସନ କର୍ମକର୍ତ୍ତା ଓ ଆଇନଜୀବୀ ସଂଘର ପ୍ରତିନିଧିଙ୍କ ଏକ ବୈଠକ ଅନୁଷ୍ଠିତ ହେବ।

Leave A Reply