ଅମାବାସ୍ୟାରେ ଏହି କାର୍ଯ୍ୟ କରିବାରୁ ନିବୃତ୍ତ ରୁହନ୍ତୁ

0

ହିନ୍ଦୁ ଧର୍ମରେ ପୂର୍ଣ୍ଣିମା ଓ ଅମାବାସ୍ୟାର ବିଶେଷ ମହତ୍ତ୍ୱ ରହିଥାଏ। ଅମାବାସ୍ୟା ତିଥି ପିତୃପୁରୁଷଙ୍କ ନିମନ୍ତେ ପାଳନ କରାଯାଇଥାଏ। ଚଳିତ ମାସ ୧୩ତାରିଖ ଶୁକ୍ରବାର ଦିନ ସୂର୍ଯ୍ୟ ପରାଗ ସହିତ ଅମାବାସ୍ୟା ପଡିଥିବାରୁ ଏହାର ଏହାର ମହତ୍ତ୍ୱ ଅଧିକ ରହିଛି। ଶାସ୍ତ୍ର ଅନୁସାରେ ଅମାବାସ୍ୟାରେ କିଛି କାର୍ଯ୍ୟ କରିବାକୁ ବର୍ଜିତ କରାଯାଇଛି।


ଅମାବାସ୍ୟାରେ ଦୁଷ୍ଟ ଶକ୍ତି ଅଧିକ ସକ୍ରିୟ ହୋଇଥାନ୍ତି। ସେଥିପାଇଁ ଅମାବାସ୍ୟାରେ ଆମ ଚାରିପଟେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ଅମାବାସ୍ୟାରେ କୌଣସି ଶୁନଶାନ୍‍ ସ୍ଥାନରେ ଡେରି ପର୍ଯ୍ୟନ୍ତ ରୁହନ୍ତୁ ନାହିଁ।
ଅମାବାସ୍ୟାରେ ଡେରି ପର୍ଯ୍ୟନ୍ତ ଶୁଅନ୍ତୁ ନାହିଁ। ଅମାବାସ୍ୟାରେ ଶୀଘ୍ର ଉଠି ଗାଧୋଇ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ।


ଅମାବାସ୍ୟାରେ ଘରେ କିମ୍ବା ବାହାରେ କଳି ଝଗଡାରୁ ନିବୃତ୍ତ ରୁହନ୍ତୁ। ଯଦି ଘରେ କେହି କଳି ଝଗଡା କରନ୍ତି ତେବେ ପିତୃପୁରୁଷ ଶାନ୍ତି ପାଇ ପାରନ୍ତି ନାହିଁ। ତେଣୁ ଘରେ ଶାନ୍ତି ରଖିବା ଅତ୍ୟନ୍ତ ଜରୁରୀ ଅଟେ।
ଅମାବାସ୍ୟାରେ ଆମିଷ ଦ୍ରବ୍ୟ ଖାଆନ୍ତୁ ନାହିଁ। କୌଣସି ପ୍ରକାର ନିଶାଦ୍ରବ୍ୟ ସେବନରୁ ମଧ୍ୟ ନିବୃତ୍ତ ରୁହନ୍ତୁ।

Leave A Reply