ଅନୁପ୍ରବେଶ ବନ୍ଦ ନହେଲେ କାଶ୍ମୀରରେ ଶାନ୍ତି ଅସମ୍ଭବ: ସେନା ପ୍ରମୁଖ

0

ନୂଆଦିଲ୍ଲୀ: ସୀମାନ୍ତରେ ପାକିସ୍ତାନ ପଟୁ ନୀତିଦିନ ହେଉଥିବା ଗୁଳି ବର୍ଷଣ ହେତୁ କାଶ୍ମୀର ସୀମାନ୍ତବର୍ତ୍ତୀ ଅଞ୍ଚଳ ଅଶାନ୍ତ ହୋଇ ରହିଛି। ପାକ୍‍ ଗୁଳିରେ ମୃତ୍ୟୁ ଭୟରେ ୬୦ରୁ ଊଦ୍ଧ୍ୱର୍ ଗ୍ରାମ ଜନଶୂନ୍ୟ ହୋଇ ରହିଛି। ସେନା ପ୍ରମୁଖ ବିପିନ ରାୱତ ଭାରତୀୟ ସେନାକୁ ପାକର ଏଭଳି କାର୍ଯ୍ୟର କଡ଼ା ମୁକାବିଲା କରିବାକୁ ନିର୍ଦେଶ ଦେଇଛନ୍ତି। ଯେତେ ପର୍ଯ୍ୟନ୍ତ ପାକିସ୍ତାନ ଅନୁପ୍ରବେଶକୁ ପ୍ରୋତ୍ସାହନ କଲା ପରି କାର୍ଯ୍ୟ ବନ୍ଦ ନକରିବ ସେତେ ପର୍ଯ୍ୟନ୍ତ ସୀମାନ୍ତରେ ଶାନ୍ତି ଫେରିବା ଅସମ୍ଭବ। ଅନୁପ୍ରବେଶକାରୀଙ୍କୁ ଭାରତ ମଧ୍ୟରେ ପ୍ରବେଶ କରାଇବା ଉଦ୍ଦେଶ୍ୟରେ ପାକିସ୍ତାନ ପଟୁ ଘନଘନ ଗୁଳି ଚାଲଣା କରାଯାଉଛି। ସେନା ପକ୍ଷରୁ ଏହାର କଡ଼ା ଜବାବ ମଧ୍ୟ ଦିଆଯାଉଛି। ଫଳରେ ଉଭୟ ପଟେ କେତେବେଳେ ସେନା ତ’ କେତେବେଳେ ସାଧାରଣ ଲୋକ ପ୍ରଭାବିତ ହେଉଛନ୍ତି। ସେନା ପ୍ରମୁଖ କାଶ୍ମୀର ପହଲଗାମ ଗୁଡ଼ୱିଲ ସ୍କୁଲରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସେନା ପ୍ରମୁଖ ବିପିନ ରାୱତ ଉପରୋକ୍ତ ମତବ୍ୟକ୍ତ କରିଛନ୍ତି। ଦୀର୍ଘ ୧୧ ଦିନ ଧରି ଅନ୍ତର୍ଜାତୀୟ ସୀମାରେ ଅନବରତ ଗୁଳି ଚାଲଣା କରୁଛି। ପାକିସ୍ତାନର ଗୁଳି ବର୍ଷଣରେ ସୀମାନ୍ତର ୬୦ଟି ଗ୍ରାମର ୪୦ହଜାରରୁ ଊଦ୍ଧ୍ୱର୍ ଲୋକ ଗ୍ରାମ ଛାଡ଼ି ଅନ୍ୟତ୍ର ଯିବାକୁ ବାଧ୍ୟ ହୋଇଛନ୍ତି। ଅଦ୍ୟାବଧି ୧୨ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଯାଇଛି।

Leave A Reply