Patra electronics

କୁଣହାଁ ସମାଜ ଜନଜାତିର ଭାଷା, ସଂସ୍କୃତି, ପରମ୍ପରା ଓ ସାଙ୍ଗଠନିକ ବିଚାରଧାରାକୁ ନେଇ ଆଲୋଚନାଚକ୍ର

ସମ୍ବଲପୁର: ସମ୍ବଲପୁର ଜିଲା ପ୍ରେକ୍ଷାଳୟ ତପସ୍ୱନୀ ଠାରେ ଓଡିଶାର ୧୪ଟି ଜିଲାରେ ବସବାସ କରୁଥିବା କୁଣହାଁ ସମାଜ ଜନଜାତିର ଭାଷା, ସଂସ୍କୃତି, ପରମ୍ପରା ଓ ସାଙ୍ଗଠନିକ ବିଚାରଧାରାକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଆଲୋଚନା ଚକ୍ରରେ ସମ୍ବଲପୁର ଜିଲାର ଚଳିତ ପଞ୍ଚାୟତ ଓ ପୌର ନିର୍ବାଚନରେ ନିର୍ବାଚିତ ହୋଇଥିବା ଜିଲା ପରିଷଦ ସଦସ୍ୟ, ସରପଞ୍ଚ, ସମିତି ସଦସ୍ୟ ତଥା କାଉନସିଲମାନଙ୍କୁ ମାନପତ୍ର ଦିଆଯାଇ ଜିଲା କୁଣହାଁ ସମାଜ କମିଟି ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଜିଲା ସଭାପତି ଶୋଭାରାମ ପଧାନଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୁଣହାଁ ସମାଜର ଭାଷା, ସଂସ୍କୃତି ରିତିନିତି କୁ ବଞ୍ଚାଇବା ତଥା ଆର୍ଥିକ ସ୍ୱାବଲମ୍ବୀ ଉପରେ ଆଲୋଚନା ହୋଇଥିଲା। ଏହି ଅବସରରେ ସଙ୍ଗଠନର ଭୂମିକା ଓ ବର୍ତ୍ତମାନ ଦାୟିତ୍ୱରେ ଥିବା ରାଜ୍ୟ କାର୍ଯ୍ୟକାରିଣୀ ବିଷୟରେ ଆଲୋଚନା କରାଯାଇ ୨୦୧୦ ମସିହାରୁ ଦାୟିତ୍ୱ ହସ୍ତାନ୍ତର ଚଳିତ ମାସ ପର୍ଯ୍ୟନ୍ତ କରାଯାଇ ନ ଥିବାରୁ ସଦସ୍ୟ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଦୀର୍ଘ ୧୨ ବର୍ଷ ଧରି ଅସାମ୍ବିଧାନିକ ଭାବରେ ରାଜ୍ୟ କାର୍ଯ୍ୟକାରିଣୀ ଚାଲିଥିବାରୁ ସରକାରଙ୍କ କୌଣସି ଜନକଲ୍ୟାଣକାରି ଯୋଜନାରର ସୁଫଳ ମିଳୁ ନାହିଁ ବୋଲି ସଦସ୍ୟ ମାନେ ମତବ୍ୟକ୍ତ କରିଥିଲେ। ଏଣୁ ରାଜ୍ୟ କାର୍ଯ୍ୟକାରିଣୀକୁ ଭଙ୍ଗ କରିବା ପାଇଁ ୧୪ଟି ଜିଲାର ସଦସ୍ୟ ଓ ସଦସ୍ୟା ମାନେ ପ୍ରସ୍ତାବ ଆଗତ କରି ତାକୁ ଅନୁମୋଦିତ କରିଥିଲେ। ରାଜ୍ୟ କାର୍ଯ୍ୟକାରିଣୀର ସୁପରିଚାଳନା ନିମନ୍ତେ ବିଭିନ୍ନ ଜିଲାରୁ ୩୦ ଜଣିଆ ଏକ ଅସ୍ଥାୟୀ କମିଟି ଗଠନ କରାଯାଇ ପୂର୍ଣ୍ଣାଙ୍ଗ କମିଟି ଗଠନ ଆସନ୍ତା ୬ ମାସ ମଧ୍ୟରେ ପ୍ରକ୍ରିୟା ଶେଷ କରିବା ପାଇଁ ଆଲୋଚନା ଓ ଘୋଷଣା କରାଯାଇଥିଲା। ଏହି ଆଲୋଚନା ଚକ୍ରରେ ସୌଭାଗ୍ୟ କିସାନ, ଲକ୍ଷ୍ମୀଧର କିସାମ, ରାଜେନ୍ଦ୍ର ଛତ୍ରିଆ, ସପନା ମିଞ୍ଜ, ନିଳକଣ୍ଠ ମିର୍ଦ୍ଧା, ଖତୁନାଥ ପିଙ୍ଗ, ତହସିଳ ଟପ୍ପୋ, ଗୋପାଳ ପଧାନ, ରମେଶ ବିଶ୍ୱାଳ, ରଥ ମିଞ୍ଜ, କପିଳେଶ୍ୱର ଟପ୍ପୋ, ଚନ୍ଦ୍ରମଣି କିସାନ, ବଏଲୋ କିସାନ, ପାଣି ମାଝୀ, ଉମାଶଙ୍କର ପଧାନ, ଦିପକ କିସାନ, ସଞ୍ଜୟ ମାଝୀ, ଭୁବନେଶ୍ୱର କିସାମ, ମାଧବ ମିର୍ଦ୍ଧା, କୃଷ୍ଣଚନ୍ଦ୍ର ଟପ୍ପୋ, ବାବଲୁ କିସାନ, ନେତ୍ରମଣି ପଧାନ, ସୁରେନ୍ଦ୍ର କିସାନ, ବାଜି କିସାନ, ଚମାର ମିର୍ଦ୍ଧା, ଧରମୁ କିସାନ, ଅର୍ଜୁନ କିସାନ, ଧୃବ କୁମାର ବାଗ ଙ୍କ ସମେତ ଅନେକ ସଦସ୍ୟ ଓ ସଦସ୍ୟା ଯୋଗ ଦେଇଥିଲେ। ଶେଷରେ କୁଣହାଁ ସମାଜର ଦେବାଦେବୀଙ୍କ ପୂଜାର୍ଚ୍ଚନା ପରେ ସମ୍ପାଦକ ଡି. ମିର୍ଦ୍ଧା ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.