ଜୁକରବର୍ଗ ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି
ନୂଆଦିଲ୍ଲୀ : ଫେସ୍ବୁକ୍ର ସିଇଓ ମାର୍କ ଜୁକରବର୍ଗ ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ହେବାର ଗୌରବ ଲାଭ କରିଛନ୍ତି। ଆମେରିକୀୟ ବ୍ୟବସାୟୀ ୱାରେନ୍ ବୁଫେଟ୍ଙ୍କୁ ପଛରେ ପକାଇ ସେ ବ୍ଲୁମ୍ବର୍ଗ କୋଟିପତି ତାଲିକାରେ ସ୍ଥାନ ପାଇଛନ୍ତି। ଆମାଜୋନ୍ ପ୍ରତିଷ୍ଠାତା ଜେଫ୍ ବେଜୋସ୍ ୧୪୨ ବିଲିୟନ୍ ଡଲାର ଏବଂ ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍ ଗେଟ୍ସ ୯୪.୨ ବିଲିୟନ୍ ଡଲାର ମୋଟ ସମ୍ପତ୍ତି ସହିତ ଏହି ତାଲିକାରେ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଲାଭ କରିଛନ୍ତି। ଏହା ବ୍ଲୁମ୍ବର୍ଗର ନିୟମିତ ତାଲିକା ଯାହାକି ନ୍ୟୁୟର୍କର ଦୈନନ୍ଦିନ କାରବାର ଶେଷ ହେବା ପରେ ନବୀକରଣ ହୋଇଥାଏ। ପ୍ରଥମଥର ଲାଗି ଏହି ତାଲିକାର ପ୍ରଥମ ତିନୋଟି ସ୍ଥାନରେ ଟେକ୍ନୋଲୋଜି ସହିତ ଜଡିତ ବ୍ୟକ୍ତି ସ୍ଥାନ ପାଇଛନ୍ତି।