ଜେଏସ୍ଡବ୍ଲ୍ୟୁକୁ ରାଜ୍ୟସ୍ତରୀୟ ଆଇସିଟି ପୁରସ୍କାର
ଭୁବନେଶ୍ବର: ଇସ୍ପାତ ଉତ୍ପାଦନକାରୀ କମ୍ପାନୀ ଜେଏସ୍ଡବ୍ଲ୍ୟୁ ଆଇସିଟି ବର୍ଗରେ ରାଜ୍ୟସ୍ତରରେ ପ୍ରଥମ ସ୍ଥାନ ହାସଲ କରିଛି। ସିଆଇଆଇ ଓଡ଼ିଶା ବାର୍ଷିକ ଉତ୍ସବରେ କମ୍ପାନୀକୁ ଏହି ବର୍ଗରେ ଡିଜିଟାଲ ଜ୍ଞାନକୌଶଳରେ ପ୍ରାକ୍ଟିସ୍ ମଡେଲ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ୨୦୨୦ ଜୁଲାଇରେ ଖଣି କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ମହାମାରୀ ସତ୍ତ୍ବେ କମ୍ପାନୀ ଡିଜିଟାଲାଇଜେସନ କ୍ଷେତ୍ରରେ ସଫଳତା ପାଇପାରିଛି ବୋଲି ସିଓଓ ରଞ୍ଜନ ନାୟକ ଜଣାଇଛନ୍ତି। ଜିପିଏସ ମାଧ୍ୟମରେ ଶତପ୍ରତିଶତ ଟ୍ରାକିଂ ଏବଂ ଫେନ୍ସିଂ ଦ୍ୱାରା ଖଣିଜ ଚୋରି ହ୍ରାସ କରାଯାଇପାରିଛି। ଉନ୍ନତ ପ୍ରକ୍ରିୟାରେ ଉଚ୍ଚ ଗୁଣବତ୍ତା ସୁନିଶ୍ଚିତ କରିବା ପାଇଁ ଲାବ୍ ଇନ୍ଫରମେଶନ ମ୍ୟାନେଜମେଣ୍ଟ ସିଷ୍ଟମ (ଏଲ୍ଆଇଏମ୍ଏସ୍)ରେ ଡିଜିଟାଲ ଟେକ୍ନୋଲୋଜି ଉପଲବ୍ଧ କରାଯାଇଛି। ପ୍ରକ୍ରିୟା ଶେଷ ନିମନ୍ତେ ଲାଗୁଥିବା ସମୟ ବା ଟର୍ନ ଆରାଉଣ୍ଡ ଟାଇମ୍(ଟିଏଟି)କୁ ହ୍ରାସ କରିବା ଏବଂ ଡେସ୍ପ୍ୟାଚ୍ ଦକ୍ଷତା ବୃଦ୍ଧି କରିବାରେ ଲିଡିଂ ସଲ୍ୟୁସନ୍ସ ଫର୍ ଡିଜିଟାଲ ଲଜିଷ୍ଟିକ୍ ମ୍ୟାନେଜମେଣ୍ଟ ସିଷ୍ଟମ (ଡିଏଲ୍ଏମ୍ଏସ୍) ସହାୟକ ହୋଇଥିବା କମ୍ପାନୀର ରାଜ୍ୟ ଆଇଟି ବିଭାଗ ମୁଖ୍ୟ ବି. କେ. ଦାସ କହିଛନ୍ତି।
Comments are closed.