ଜିଲାପାଳଙ୍କ ନିକଟରେ ଫେରାଦ ହେଲେ ଚାଷୀ
ଟିଟିଲାଗଡ଼ : ମରୁଡି ପ୍ରବଣ ଟିଟିଲାଗଡ ବ୍ଲକର ଚାଷୀଙ୍କ ସମସ୍ୟା ନେଇ ସୋମବାର ବଲାଙ୍ଗିର ଜିଲାପାଳ ତଥା ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିରରେ କୃଷକ ସଂଘ ଅଭିଯାନ ସଦସ୍ୟ ଫେରାଦ ହୋଇଛନ୍ତି। ୨୦୧୭-୧୮ ଏବଂ ୨୦୧୮-୧୯ ଖରିଫରେ ମରୁଡି ହୋଇଥିଲେ ମଧ୍ୟ ପ୍ରୀମିୟମ ଭରଣା କରିଥିବା ଚାଷୀ ବୀମା ସହାୟତାରୁ ବଂଚିତ ରହିଛନ୍ତି। ଘରୋଇ ବିମା କମ୍ପାନୀକୁ ଫସଲ ବିମା କରିବାକୁ ସୁଯୋଗ ଦିଆଯାଇଥିବାରୁ ସେମାନେ ସରଳ ଚାଷୀକୁଳକୁ ଠକି ଚାଲିଛନ୍ତି। ଏନେଇ ଘରୋଇ କମ୍ପାନୀକୁ ବାହାର କରି ପୁର୍ବ ଭଳି ସରକାରୀସ୍ତରରେ ଫସଲ ବୀମା କରିବାକୁ ଦାବି ହୋଇଛି। ରାଜ୍ୟ ସରକାର ଚାଷ କାର୍ଯ୍ୟ ପାଇଁ ଚାଷୀଙ୍କୁ କାଲିଆ ଯୋଜନାରେ ସହାୟତା ପ୍ରଦାନ ପାଇଁ ଘୋଷଣା କରିଥିଲେ। ହେଲେ ଖରିଫ ଫସଲ ଆରମ୍ଭ ହୋଇଥିବା ବେଳେ ଚାଷୀଙ୍କୁ ଯୋଜନାରୁ ଅଦ୍ୟାବଧି ସହାୟତା ମିଳିନଥିବା ଅଭିଯୋଗ ହୋଇଛି। ମହଦା ଠାରେ ତେଲନଦୀ କୁଳ ଖାଇ ଶହଶହ ଏକର ଚାଷ ଜମି ନଦୀ ଗର୍ଭରେ ବିଳିନ ହେବାରେ ଲାଗିଛି। ଏନେଇ ସେଠାରେ ଆଡି ବନ୍ଧ ନିର୍ମାଣ କରିବାକୁ ଦାବି ହୋଇଛି।
Comments are closed.