www.samajalive.in
Tuesday, December 9, 2025
15.1 C
Bhubaneswar

ଜିଲା ଲେଖିକା ସଂସଦର ମୌସୁମୀ ସାହିତ୍ୟ ଆସର

କେନ୍ଦୁଝରଗଡ଼: ମିଳନୀ ସାହିତ୍ୟ ସଂସଦ ସଭା ଗୃହରେ ରବିବାର ଅପରାହ୍ନରେ କେନ୍ଦୁଝର ଜିଲା ଲେଖିକା ସଂସଦର ମୌସୁମୀ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି। ସଂସଦର ଉପାଧ୍ୟକ୍ଷା ମମତାରାଣୀ ଦାସଙ୍କ ସଭାପତିତ୍ୱରେ ସମ୍ପାଦିକା ଇନ୍ଦୁମତୀ ପାତ୍ର ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ ଜଣାଇ ବର୍ଷା ଏକ ମୁଗ୍ଧ ଚେତନାର ଅନୁଭବ ଓ ଅନୁପମ କରୁଣାର ପ୍ରତୀକ ବୋଲି ନିଜ ବକ୍ତବ୍ୟରେ କହିଥିଲେ।

ଉପାଧ୍ୟକ୍ଷା ଶ୍ରୀମତୀ ଦାସ ସଭାପତିତ୍ୱ ଅଭିଭାଷଣରେ ବର୍ଷା ହେଉଛି ମଙ୍ଗଳମୟ ଶିବ ଏବଂ ଶୁଭଙ୍କର ବୋଲି କହିଥିଲେ। ଆସରର ଅନ୍ୟତମ ବକ୍ତା ମିନତୀ ମିଶ୍ର ବର୍ଷା ଋତୁର ଅନୁପମ ବିଭବ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ କବୀ ଶୋଭାନା ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଜ୍ୟୋତ୍ସ୍ନା ପାଢ଼ୀ, ଆର୍ଯ୍ୟବାଳା ମହାପାତ୍ର, ବିଜୟଲକ୍ଷ୍ମୀ ମହାନ୍ତି, ମନ୍ଦାକିନୀ କର, ରତ୍ନମଞ୍ଜରି ରାଉତ, ଗୀତାଞ୍ଜଳୀ ପାତ୍ର, ମିନତୀ ମିଶ୍ର, ସନ୍ତୋଷିନୀ ଗିରି, ଇନ୍ଦୁମତି ପାତ୍ର, ମମତା ରାଣୀ ଦାସ ପ୍ରମୁଖ ସ୍ୱରଚିତ ମୌସୁମୀ କବିତା ପାଠ କରିଥିଲେ। ଶେଷରେ ସାଂସ୍କୃତିକ ସଭ୍ୟା ବିଜୟ ଲକ୍ଷ୍ମୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories