www.samajalive.in
Monday, December 15, 2025
17.1 C
Bhubaneswar

ଜୀ-ସାର୍ଥକର ନୂଆ ଚଳଚ୍ଚିତ୍ର ‘ବାହାଘର ଡଟ୍ କମ୍’ର ଅଡିଓ ଲୋକାର୍ପିତ

ଡେସ୍କ: ଜୀ-ସାର୍ଥକର ନୂଆ ଓଡିଆ ଚଳଚ୍ଚିତ୍ର ‘ବାହାଘର ଡଟ୍ କମ୍’ର ଆଜି ଅଡିଓ ଲୋକାର୍ପଣ ହୋଇଛି। ଏହି ଅବସରରେ ଜୀ-ସାର୍ଥକର ବିଜିନେସ୍ ହେଡ୍ ପ୍ରତୀକ ସିଲ୍, ପ୍ରଯୋଜକ ପ୍ରଦ୍ୟୁମ୍ନ ଲେଙ୍କା, ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ, ସଂଗୀତ ନିର୍ଦ୍ଦେଶକ ଗୁଡଲୀ ରଥ, ଗୀତିକାର ସୂର୍ଯ୍ୟ ମହାପାତ୍ର, କଣ୍ଠଶିଳ୍ପୀ ବିଷ୍ଣୁମୋହନ କବି, ସୋମେଶ ଶଚପଥି, ଗୌରବ ଆନନ୍ଦ, ଲିପ୍ସା ମହାପାତ୍ର, ଲୋପାମୁଦ୍ରା ଓ ଦେବାଂଶୀ ଦାଶ, ସଂଳାପକାର ମାନସ ମଲ୍ଲିକ ଏବଂ ଜୀ-ସାର୍ଥକ ଫିଲ୍ମସର କାର୍ଯ୍ୟକାରୀ ପ୍ରଯୋଜକ ତନ୍ମୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେl

ଏକ ନିଆରା ଓ ଅଦ୍ଭୁତ କାହାଣୀକୁ ନେଇ ନିର୍ମିତ ଜୀ ସାର୍ଥକର ‘ବାହାଘର ଡଟ୍ କମ୍’ ଚଳଚ୍ଚିତ୍ର ମାର୍ଚ୍ଚ ୧୯ ସଂଧ୍ୟା ୬.୩୦ରେ କେବଳ ଜୀ ସାର୍ଥକରେ ଦର୍ଶକ ମାନେ ଦେଖି ପାରିବେ। ଅନିଛା ସତ୍ୱେ ମାଆଙ୍କ ଶେଷ ଇଛା ପୂରଣ କରିବାକୁ ବିବାହ କରିବାକୁ ପଡିବ, ହେଲେ ଜମା ମନ ନାହିଁ ବାହାଘରରେ କିନ୍ତୁ ବାହା ହେବାକୁ ତ ପଡିବ ତେଣୁ ଭିନ୍ନ ଏକ ଉପାୟରେ ବାହାଘର ହେଉଛି ଏବଂ କାହାଣୀରେ ଆସୁଛି ନୂଆ ମୋଡ। ଆଉ ତା ପରେ ଯାହା ଘଟୁଛି ତାହା ଅବର୍ଣ୍ଣନୀୟ। ନିହାତି ଏମିତି କାହାଣୀ ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିବ ତେବେ ଏମିତି ମନୋରଂଜନ ଭିତ୍ତିକ କାହାଣୀ ଆପଣଙ୍କୁ ନିଶ୍ଚିତ ଏକ ନୂଆ ଅନୁଭୂତି ଦେବ। ଓମ୍ ସାଇ ପ୍ରଯୋଜନା ସଂସ୍ଥା ଦ୍ୱାରା ନିର୍ମାଣ ହୋଇଛି ଫିଲ୍ମ।

- Advertisement -

ସୁଧାଂଶୁ ମୋହନ ସାହୁ ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରଯୋଜନା ଭାର ତୁଲାଇଛନ୍ତି ବରିଷ୍ଠ ପ୍ରଯୋଜକ ପ୍ରଦ୍ୟୁମ୍ନ ଲେଙ୍କା। ସେହିପରି ଚଳଚ୍ଚିତ୍ରର ସଙ୍ଗୀତ ଭାର ନେଇଛନ୍ତି ଜଣାଶୁଣା ରୋମାଣ୍ଟିକ ସଙ୍ଗୀତକାର ଗୁଡଲୀ ରଥ। ମାର୍ଚ୍ଚ ୧୯ ତାରିଖରେ ଦର୍ଶକ ଦେଖିବାକୁ ପାଇବେ ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର “ବାହାଘର ଡଟ୍ କମ୍”। ଏକ ଫୁଲ୍ ଏଣ୍ଟରଟେନମେଣ୍ଟ ଡ୍ରାମା ଏବଂ ପାରିବାରିକ କାହାଣୀକୁ ନେଇ ଆସୁଛି ଏହି ଫିଲ୍ମ। ଫିଲ୍ମରେ ଲୋକପ୍ରିୟ ଅଭିନେତା ଋଷି, ସାୟଲ ମୁଖାର୍ଜୀ, ପୁଷ୍ପା ପଣ୍ଡା ଏବଂ ପ୍ରଦ୍ୟୁମ୍ନ ଲେଙ୍କା ନିଖୁଣ ଅଭିନୟ କରିଛନ୍ତି। ସେପଟେ ଏଭଳି ଏକ ଚମତ୍କାର କାହାଣୀ ଦର୍ଶକଙ୍କୁ ଫୁଲ୍ ମନୋରଞ୍ଜନ କରିବ ବୋଲି ଆଶାବାଦୀ ପ୍ରଯୋଜନା ସଂସ୍ଥା ଜୀ ସାର୍ଥକ ଚ୍ୟାନେଲର ବିଜିନେସ୍ ହେଡ୍ ପ୍ରତୀକ ସିଲ୍।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories