www.samajalive.in
Sunday, December 14, 2025
19.1 C
Bhubaneswar

ହିମା ହସ୍ପିଟାଲ ପକ୍ଷରୁ ମହିଳା ସ୍ୱାସ୍ଥ୍ୟ ସଚେତନତା

କେନ୍ଦୁଝରଗଡ଼଼: ଆର୍ନ୍ତଜାତୀକ ମହିଳା ଦିବସ ପାଳନ ପରିପ୍ରେକ୍ଷୀରେ ବୁଧବାର ହିମା ହସ୍ପିଟାଲ ପକ୍ଷରୁ ମହିଳା ସ୍ୱାସ୍ଥ୍ୟ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝରଗଡ଼ ନଗରପାଳ ନିକୁ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଭିନ୍ନବର୍ଗରେ ସଫଳତା ହାସଲ କରିଥିବା ସଂଘର୍ଷରତ ମହିୟସୀ ମହିଳାଙ୍କ କାହାଣୀ ସମ୍ପର୍କରେ ଆଲୋକପାତ କରିଥିଲେ। ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ୍‌‌ ଡାକ୍ତର ମମତାରାଣୀ ଜେନା ଆର୍ନ୍ତଜାତୀକ ମହିଳା ଦିବସ ପାଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ମହିଳା ସ୍ୱାସ୍ଥ୍ୟ ସମସ୍ୟା ଓ ଏହାର ନିରାକରଣ ସମ୍ପର୍କରେ ସାରଗର୍ଭକ ସନ୍ଦର୍ଭ ଉପସ୍ଥାପନ କରିଥିଲେ। ସାମ୍ବାଦିକ ଦେବାଶିଷ ମିଶ୍ର କାର୍ୟ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଡାକ୍ତର ଦେବାଶିଷ ଭଟ୍ଟାଚାର୍ୟ୍ୟ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ୟ୍ୟକ୍ରମରେ ରୋଟାରିଆନ ସବିତା ବେହେରା, ନିଋପମା ସ୍ୱାଇଁ, ରାଜଲକ୍ଷ୍ମୀ ସ୍ୱାଇଁ, ସୋନାଲି ସିଂହ, ସରିତା ପାତ୍ର, ସମାଜସେବୀ ସେବତୀ ସିଂହ, ଧରିତ୍ରୀ ରାଉତ, ରୂପଶ୍ରୀ ଗନ୍ତାୟତ, ସଶ୍ମୀତା ପ୍ରଧାନ, ରାଜଶ୍ରୀ ଉପାଧ୍ୟାୟ, ସର୍ବାଣୀ ପଣ୍ଡା, ଶିଳ୍ପାଶ୍ରୀ ମିଶ୍ର, ସୀମା ଗୌତମ, ଲିମା ମହାନ୍ତି, ସ୍ମୀତା କୁଅଁର ପ୍ରମୁଖ ଯୋଗଦେଇ ନିଜସ୍ୱ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories