www.samajalive.in
Sunday, December 14, 2025
19.1 C
Bhubaneswar

ଜୀ ସାର୍ଥକର ‘ଡାନ୍ସ ଓଡିଶା ଡାନ୍ସ’ – ଆସନ୍ତା ରବିବାର ସନ୍ଧ୍ୟାରେ ସୋସିଆଲ ମିଡିଆ ସୁପରଷ୍ଟାର ଡ୍ୟାନ୍ସ ଲିଗର ଗ୍ରାଣ୍ଡ ଫାଇନାଲ

ଭୁବନେଶ୍ୱର : ଓଡିଶାର ଘରେ ଘରେ ପରିଚିତ ଜୀ ସାର୍ଥକ ସବୁବେଳେ ଓଡ଼ିଆ ଘରର ପରମ୍ପରା ଓ ରୀତିନୀତିକୁ ଆଖିଆଗରେ ରଖି ଭେଟିଦିଏ ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ। ଏହି କାରଣ ପାଇଁ ଜୀ ସାର୍ଥକ ସାଜିଛି ଲୋକଙ୍କର ପ୍ରଥମ ପସନ୍ଦ। ତେବେ ପ୍ରଥମଥର ପାଇଁ ଏକ ନୂଆ ଢ଼ଙ୍ଗରେ ଜୀ ସାର୍ଥକ ନେଇ ଆସିଥିଲା ‘ଡାନ୍ସ ଓଡିଶା ଡାନ୍ସ’ ଯେଉଁଥିରେ ନିଜର ପ୍ରତିଭା ଦେଖାଉଥିଲେ ଲୋକପ୍ରିୟ ସୋସିଆଲ ମିଡିଆର ସୁପରଷ୍ଟାର୍ ଯିଏ ନିଜ ନାଚ ବା କଳା ଦ୍ବାରା ଜିତି ପାରିଛନ୍ତି ସମସ୍ତଙ୍କ ମନ। ଯାହାର ଶେଷ ପର୍ଯ୍ୟାୟରେ ଗ୍ରାଣ୍ଡ ଫାଇନାଲରେ ହେବାକୁ ଯାଉଛି ଗ୍ରାଣ୍ଡ ଧମାକା।

ରଙ୍ଗବତୀ ଦଳ ଓ ଲଚକମଣୀ ଦଳ ଡାନ୍ସ ଓ ବିଭିନ୍ନ ମଜାଦାର ଖେଳ ମାଧ୍ୟମରେ ପ୍ରତିଯୋଗିତା କରି ପୁରା ସିଜନରେ ଯୋଗାଇଥିଲେ ମନୋରଞ୍ଜନର ଖୋରାକ। ଯାହାର ଅନ୍ତ ହେବାକୁ ଯାଉଛି । ଆସନ୍ତା ରବିବାର ୧୩ ତାରିଖରେ ‘ଡାନ୍ସ ଓଡିଶା ଡାନ୍ସ’ ସୋସିଆଲ ମିଡିଆର ସୁପରଷ୍ଟାର ଡାନ୍ସ ଲିଗର ସୁପର ଫାଇନାଲ ସନ୍ଧ୍ୟା ୬.୩୦ ମିନିଟରେ କେବଳ ଜୀ ସାର୍ଥକରେ ପ୍ରସାରିତ ହେବାକୁ ଯାଉଛି । ତେବେ ଶେଷରେ କେଉଁ ଦଳ ଫାଇନାଲରେ ବାଜି ମାରିବ, ରଙ୍ଗବତୀ ଦଳ ନା ଲଚକମଣୀ ? ଜାଣିବା ପାଇଁ ସାରା ଓଡିଶା ଅପେକ୍ଷାରତ ।

- Advertisement -

ଏହି ଗ୍ରାଣ୍ଡ ମାହୋଲକୁ ଆହୁରି ଗ୍ରାଣ୍ଡ କରିବାକୁ ଲୋକପ୍ରିୟ ସିଙ୍ଗର ସତ୍ୟଜିତ, ଅନ୍ତରା, ଟି ସୌରି ଓ ଅଭିଜିତ ମିଶ୍ର ଫାଇନାଲରେ ତାଙ୍କର ଜଲୱା ଦେଖାଇବାକୁ ଯାଉଛନ୍ତି । ଏହା ସହିତ ଦେବାଶିଷ, ଶ୍ରୀତମ ଓ ଲିପି ଫାଇନାଲରେ ଯୋଗ ଦେବା ସହିତ ଗ୍ରାଣ୍ଡ ଫାଇନାଲରେ ଦେବେ ବିଶେଷ ପରଫରମାନ୍ସ । ଜଜ୍ ଭାବରେ ରହିଥିବା ଏଲିନା, ହରିହର ଓ ଅନୁପମ ନାୟକ ମଧ୍ୟ ଭେଟିଦେବେ ଧମାକାଦାର ପରଫରମାନ୍ସ ।

ତେବେ ‘ଡାନ୍ସ ଓଡିଶା ଡାନ୍ସ’ – ସୋସିଆଲ ମିଡିଆର ସୁପରଷ୍ଟାର ଡ୍ୟାନ୍ସ ଲିଗର’ ଗ୍ରାଣ୍ଡ ଫାଇନାଲ ଯାତ୍ରାରେ ରବିବାର ୧୩ ତାରିଖ ସନ୍ଧ୍ୟା ୬.୩୦ ମିନିଟରେ କେବଳ ଜୀ ସାର୍ଥକରେ ଯୋଡି ହେବାକୁ ଅନୁରୋଧ କରିଛନ୍ତି ଚିଫ ଚ୍ୟାନେଲ ଅଫିସର୍ ପ୍ରତୀକ ସିଲ୍ ।

୧୦୦ ବର୍ଷ ପରେ.. ଏଥର ହନୁମାନ ଜୟନ୍ତୀରେ ଅଦ୍ଭୁତ ଓ ଦୁର୍ଲ୍ଲଭ ସଂଯୋଗ, ଏହି ରାଶି ହେବେ ମାଲାମାଲ୍‌, କିଣିବେ ଭୂମି, ହେବ ବିବାହ, ମିଳିବ ଚାକିରି, ରହିବନି ଚିନ୍ତା..

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories