ଖିର – ୩କପ
କ୍ରିମ – ୨କପ
ଗେଲେଟିନ ପାଉଡ଼ର – ଆବଶ୍ୟକ ପରିମାଣରେ
ଚିନି – ୧କପ
ଭ୍ୟାନିଲାଇସେସ – ୧ ଚାମଚ
କାଚର ପାତ୍ର – ୧ଟି
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ କାଚ ପାତ୍ରରେ କ୍ଷୀର ଓ ଗେଲେଟିନ ପାଉଡ଼ରକୁ ଭଲ ଭାବେ ଗୋଳାଇ ମିଶ୍ରଣକୁ ରଖି ଦିଅନ୍ତୁ। ଏବେ ଗ୍ୟାସ ଲଗାଇ ଏକ ନନଷ୍ଟିକ ପ୍ୟାନ ବସାନ୍ତୁ। ଏଥିରେ କ୍ରିମ ଓ ଚିନି ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଯେତେବେଳେ ଏହା ଫୁଟିବାକୁ ଆରମ୍ଭ କରିବ ସେହି ସମୟରେ ପୂର୍ବରୁ ରଖିଥିବା ମିଶ୍ରଣକୁ ପକାଇ ଗୋଳାଇ ଦିଅନ୍ତୁ। ଏବେ ଏଥିରେ ଭ୍ୟାନିଲାଇସେନସ ପକାଇ ପୁଣି ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏହାକୁ ଛୋଟ ଛୋଟ କାଚ ପାତ୍ରରେ ରଖି ଥଣ୍ଡା କରି ଦିଅନ୍ତୁ। ଥଣ୍ଡା ହେବା ପରେ ଏହାକୁ ୧ ରୁ ୨ ଘଣ୍ଟା ଫ୍ରିଜରେ ରଖି ଦିଅନ୍ତୁ। ୨ ଘଣ୍ଟା ପରେ ଏଥିରେ ନିଜ ପସନ୍ଦ ଅନୁଯାୟୀ ଫଳ କିମ୍ବା କାଜୁ, କିସମିସ, ପିସ୍ତା ଆଦି ପକାଇ ଖାଆନ୍ତୁ ଓ ମଜା ନିଅନ୍ତୁ।
ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଆଇସକ୍ରିମ
Popular Categories



