www.samajalive.in
Sunday, December 14, 2025
19.1 C
Bhubaneswar

ଶତାବ୍ଦୀ ଏକ୍ସପ୍ରେସ ବଗିରେ ଅଗ୍ନିକାଣ୍ଡ ; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଡେରାଡୁନ : ନୂଆଦିଲ୍ଲୀରୁ ଡେରାଡୁନ ଆସୁଥିବା ଶତାବ୍ଦୀ ଏକ୍ସପ୍ରେସର ବଗିରେ ଶନିବାର ମଧ୍ୟାନ୍ନ୧୨ଟା୨୦ରେ ଅଗ୍ନିକାଣ୍ଡ ଘଟିଥିବା ନେଇ ଖବର ମିଳିଛି। ଏକ ବଡ ଧରଣର ବିପଦରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ନିଆଁ ଲାଗିଥିବା ବଗିରୁ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ଅନ୍ୟ ବଗିକୁ ସ୍ଥାନାନ୍ତର କରାଯାଇଥିଲା। ନିଆଁ ଲାଗିବା ମାତ୍ରେ ପ୍ରଥମେ ହଇଚଇ ସୃଷ୍ଟି ହୋଇଥିଲା।
ଟ୍ରେନ ଚାଳକ ଓ ଟ୍ରେନ ଗାର୍ଡ ମାନେ ଉପସ୍ଥିତ ବୃଦ୍ଧିରେ ପ୍ରଥମେ ଟ୍ରେନଟିକୁ କାନସରୋ ରେଲୱେ ଷ୍ଟେସନରେ ଅଟକାଇ ଥିଲେ। ଏହାପରେ ଖବର ପାଇ ରେଲୱେ ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଟ୍ରେନ ଚାଳକ ପ୍ରଥମେ ନିଆଁ ଲାଗିବା ମାତ୍ରେ ଜରୁରୀକାଳୀନ ବ୍ରେକ ଲଗାଇ ଜଙ୍ଗଲ ମଧ୍ୟରେ ଟ୍ରେନକୁ ଅଟକାଇ ଦେଇଥିଲେ। ନିଆଁ ଲାଗିଥିବା ବଗିକୁ ଅନ୍ୟ ବଗି ଠାରୁ ଅଲଗା କରାଯାଇଥିଲା। ଏହାପରେ ପୁନଃ ଟ୍ରେନ ଡେରାଡୁନ ଅଭିମୁଖେ ଯାଇଥିବା ନେଇ ସୂଚନା ମିଳିଛି।
ନିଆଁ ଲାଗିଥିବା ବଗିରେ ୩୦ରୁ ଅଧିକ ଯାତ୍ରୀଥିଲେ। ଅଗ୍ନିକାଣ୍ଡର କାରଣ ସର୍ଟ ସର୍କିଟ ବୋଲି କୁହାଯାଉଛି। ନିଆଁରେ କୌଣସି ଜୀବନ ହାନୀ ହୋଇ ଥିବା ନେଇ ଜଣାପଡିଥିବା ବେଳେ ଉକ୍ତ ବଗିର ଅଧିକାଂଶ ଅଂଶ ଜଳି ଯାଇଛି। ଘଟଣାର ତଦନ୍ତ ଆରମ୍ଭ ହୋଇଛି ବୋଲି ସୂଚନା ମିଳିଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories