www.samajalive.in
Monday, December 15, 2025
17.1 C
Bhubaneswar

ଯଶବନ୍ତ ସିହ୍ନା ଟିଏମସିରେ ସାମିଲ

କଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ଦଳ ଡିଆଁ ପ୍ରକ୍ରିୟା ଜାରି ରହିଛି। ଟିଏମସିରୁ ଏକାଧିକ ବିଧାୟକ ଏବଂ ନେତା ଦଳ ଛାଡ଼ି ବିଜେପିରେ ସାମିଲ ହୋଇଥିବାବେଳେ ଏବେ ବିଜେପିର ଜଣେ ପୂର୍ବତନ ବରିଷ୍ଠ ନେତା ଟିଏମସିକୁ ଡିଆଁ ମାରିଛନ୍ତି। ସେ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିହ୍ନା। ଶନିବାର ଯଶବନ୍ତ ଟିଏମସିରେ ଯୋଗଦେଇଛନ୍ତି।

ସୂଚନାଯୋଗ୍ୟ, ୨୦୧୮ ମସିହାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିହ୍ନା ବିଜେପି ହାତ ଛାଡ଼ିଥିଲେ। ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ସେ ଅର୍ଥମନ୍ତ୍ରୀ ରହିଥିଲେ। ଶନିବାର କଲକାତାସ୍ଥିତ ତୃଣମୂଳ ଭବନରେ ଟିଏମସି ନେତା ଡେରେକ ଓ ବ୍ରାଏନ, ସୁଦୀପ ବନ୍ଦୋପାଧ୍ୟାୟ ଏବଂ ସୁବ୍ରତ ମୁଖାର୍ଜୀଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଥିଲେ।

- Advertisement -

ଟିଏମସିରେ ଯୋଗଦେବା ପରେ ଯଶବନ୍ତ କହିଛନ୍ତି, ଦେଶ ଏବେ ଏକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରୁଛି। ଗଣତନ୍ତ୍ରର ଶକ୍ତି ଗଣତନ୍ତ୍ରରେ ରହିଥିବା ଅନୁଷ୍ଠାନଗୁଡ଼ିକର ଶକ୍ତିରେ ନିହିତ ରହିଛି। ନ୍ୟାୟାଳୟ ସମେତ ଏସବୁ ଅନୁଷ୍ଠାନଗୁଡ଼ିକ ବର୍ତ୍ତମାନ ଦୁର୍ବଳ ହୋଇଯାଇଛି। ତେବେ ଯଶବନ୍ତ ଟିଏମସିରେ ଯୋଗଦେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories