www.samajalive.in
Monday, December 15, 2025
17.1 C
Bhubaneswar

ପଞ୍ଚାମୃତ ସେବନର ବୈଜ୍ଞାନିକ ଲାଭ

ଶାସ୍ତ୍ର ମାନ୍ୟତା ଅନୁଯାୟୀ, ପଞ୍ଚାମୃତକୁ ଶ୍ରଦ୍ଧାପୂର୍ବକ ପାନ କରିବା ଦ୍ୱାରା ବ୍ୟକ୍ତିଙ୍କ ଜୀବନରେ ସମସ୍ତ ପ୍ରକାରର ସୁଖଶାନ୍ତି ପ୍ରାପ୍ତି ହୋଇଥାଏ। ଭଗବାନଙ୍କୁ ସମର୍ପଣ ହୋଇଥିବା ପଞ୍ଚାମୃତ ପାନ କରିବା ଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ।ପଞ୍ଚାମୃତର ଅର୍ଥ ହେଉଛି ପାଞ୍ଚ ଅମୃତ ଅର୍ଥାତ ପାଞ୍ଚଟି ପବିତ୍ର ବସ୍ତୁ ଦ୍ୱାରା ଏହା ପ୍ରସ୍ତୁତ। ଏହି ମିଶ୍ରଣ କ୍ଷୀର, ଦହି, ଘିଅ, ମହୁ ଓ ଗୁଡ଼କୁ ନେଇ ପ୍ରସ୍ତୁତ କରାଯାଏ। ଯାହାକୁ ଦେବତା ମାନଙ୍କ ଭୋଜନ ବୋଲି ମଧ୍ୟ କୁହାଯାଏ। ପ୍ରସାଦ ରୂପରେ ମଧ୍ୟ ଏହାର ମହତ୍ତ୍ୱ ଖୁବ ଅଧିକ। ଏହାକୁ ବ୍ୟବହାର କରି ଭଗବାନଙ୍କ ଅଭିଷେକ ମଧ୍ୟ କରାଯାଏ। ଏହାକୁ ପାନ କରିବା ଦ୍ୱାରା ବ୍ୟକ୍ତିଙ୍କ ମଧ୍ୟରେ ସକରାତ୍ମକ ଭାବନା ସୃଷ୍ଟି ହୋଇଥାଏ। ଏହା ସହ ପଞ୍ଚାମୃତ ଉତ୍ତମ ସ୍ୱାସ୍ଥ୍ୟ ସହ ମଧ୍ୟ ଜଡ଼ିତ।
ବୈଜ୍ଞାନିକ ଲାଭ –
ପଞ୍ଚାମୃତର ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ଉତ୍ତମ ରହିଥାଏ। ଏଥିରେ ଗୋଟିଏ ତୁଳସୀ ପତ୍ର ମିଶାଇ ପାନ କରିବା ଦ୍ୱାରା ଶରୀର ବିଭିନ୍ନ ପ୍ରକାରର ରୋଗରୁ ଦୂରେଇ ରଖେ।
ଏହାକୁ ପାନ କରିବା ଦ୍ୱାରା ହଜମ କ୍ରିୟା ସୁସ୍ଥ ରହିଥାଏ।
ମୁହଁର ଚମକ ମଧ୍ୟ ବୃଦ୍ଧି ପାଇଥାଏ।
ପଞ୍ଚାମୃତର ଧାର୍ମିକ ମହତ୍ତ୍ୱ –
କ୍ଷୀର , ଦହି , ମହୁ , ଘିଅ , ଗୁଡ଼ ପ୍ରତ୍ୟେକ ଦ୍ରବ୍ୟ ପବିତ୍ର ଓ ସଭିଁଙ୍କର ଧାର୍ମିକ ବିଶେଷତ୍ୱ ରହିଛି। କ୍ଷୀର ପଞ୍ଚାମୃତର ପ୍ରଥମ ଭାଗ ଅଟେ। ଏହା ଶୁଭତାର ପ୍ରତୀକ ଅଟେ। ଏହି ଶୁଭତାର ପ୍ରତୀକ ଆମ ଜୀବନ ମଧ୍ୟ କ୍ଷୀର ଭଳି ନିଷ୍କଳଙ୍କ ହେବା ଉଚିତ। ମହୁ ଶକ୍ତି ପ୍ରଦାନ କରିଥାଏ। ଗୁଡ଼ ଜୀବନରେ ମଧୁରତା ଭରି ଥାଏ।
ପଞ୍ଚାମୃତ ସହ ଜଡ଼ିତ ଗୁରୁତ୍ୱ ପୂର୍ଣ୍ଣ ତଥ୍ୟ –
ଯେଉଁ ଦିନ ଏହାକୁ ପ୍ରସ୍ତୁତ କରିବେ ସେହି ଦିନ ହିଁ ଏହାକୁ ସମ୍ପୂର୍ଣ୍ଣ ଶେଷ କରିବେ।
ଏହାକୁ ସର୍ବଦା ଡ଼ାହାଣ ହସ୍ତରେ ଗ୍ରହଣ କରନ୍ତୁ।
ପଞ୍ଚାମୃତ ଗ୍ରହଣ କରିବା ପୂର୍ବରୁ ଏହାକୁ ମସ୍ତକରେ ଲଗାଇ ପ୍ରଣାମ କରନ୍ତୁ। ଏହାପରେ ଏହାକୁ ଗ୍ରହଣ କରନ୍ତୁ। ଗ୍ରହଣ କରିବା ପରେ ପୁନଶ୍ଚ ମସ୍ତକରେ ଲଗାନ୍ତୁ ନାହିଁ।
ପଞ୍ଚାମୃତକୁ ସର୍ବଦା ଚାନ୍ଦିର ପାତ୍ରରେ ପ୍ରସ୍ତୁତ କରି ରଖନ୍ତୁ। ଏପରି କରିବା ଦ୍ୱାରା ଏହାର ଶୁଦ୍ଧତା ରହିଥାଏ ଓ ବିଭିନ୍ନ ପ୍ରକାର ରୋଗରୁ ଶରୀରକୁ ରକ୍ଷା କରିଥାଏ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories