ଶୀତରେ ପିଅନ୍ତୁ ସୁପ୍
ବଟର – ୩ ଚାମଚ
କର୍ଣ୍ଣଫ୍ଲୋର – ୧ ଚାମଚ
କ୍ଷୀର – ୧କପ
କଟା ଛତୁ – ୪୦୦ ଗ୍ରାମ
କଟା ପିଆଜ – ୨ଟି
ପାଣି – ୨କପ
ଲୁଣ – ଅଳ୍ପ
ଗୋଲମରିଚ ଗୁଣ୍ଡ – ଅଳ୍ପ
କଟା ଧନିଆ ପତ୍ର – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ଗ୍ୟାସରେ କଡ଼େଇ ବସାଇ ବଟର ଗରମ କରନ୍ତୁ। ବଟର ପକାଇବା ପରେ ଏଥିରେ ଛତୁ ଓ ପିଆଜ ପକାଇ ଭଲ ଭାବେ ଭାଜନ୍ତୁ। କିଛି ସମୟ ଭାଜିବା ପରେ ଗୋଲମରିଚ ଗୁଣ୍ଡ ଓ ଲୁଣ ପକାଇ ପୁଣି କିଛି ସମୟ ଭାଜନ୍ତୁ। ଭାଜିବା ପରେ ଏକ ପାତ୍ରକୁ କାଢି ଭାଜିଥିବା ଛତୁକୁ ଥଣ୍ଡା କରି ଏଥିରେ, କ୍ଷୀର, କର୍ଣ୍ଣଫ୍ଲୋର ପକାଇ ଭଲ ଭାବେ ପେଷି ଦିଅନ୍ତୁ। ପେଷିବା ପରେ ଗ୍ୟାସରେ ପୁଣି କଡ଼େଇ ବସାଇ ଆଉ ଥରେ ଏହି ମିଶ୍ରଣକୁ ପକାଇ ଅଳ୍ପ ପାଣି, ଅଳ୍ପ ଗୋଲମରିଚ ଗୁଣ୍ଡ ପକାଇ ପୁଣି କିଛି ସମୟ ଗୋଳାନ୍ତୁ। ଏବେ ଏହାକୁ ଏକ ପାତ୍ରକୁ କାଢି ଧନିଆପତ୍ର ଦେଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ଓ ସରଳ ସୁପ୍ ।
Comments are closed.