ଆବଶ୍ୟକ ସାମଗ୍ରୀ
ଅଟା – ୨କପ
ଚିନି – ୧କପ ରୁ କମ
ବେକିଙ୍ଗ ପାଉଡ଼ର – ୨ଚାମଚ
ଲୁଣ – ସାମାନ୍ୟ
ବଟର – ୬ଚାମଚ
ଚକୋଲେଟ ଚିପ୍ସ – ୧କପ ରୁ କମ
କ୍ରିମ – ୪ଚାମଚ
ଅଣ୍ଡା – ୧ଟି
ଭ୍ୟାନିଲାସେନ୍ସ – ୧ଚାମଚ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ଅଟା, ଚିନି, ବେକିଙ୍ଗ ପାଉଡ଼ର,ଲୁଣ, ବଟର, ଚକୋଲେଟ ଚିପ୍ସ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏବେ ଏଥିରେ କ୍ରିମ , ଅଣ୍ଡା, ଭ୍ୟାନିଲାସେନ୍ସ ପକାଇ ଭଲ ଭାବେ ଦଳା ପ୍ରସ୍ତୁତ କରନ୍ତୁ। ଏବେ ଏହି ପ୍ରସ୍ତୁତ ଦଳାରୁ ଛୋଟ ଗୁଳା ଆକୃତିର କରି ବେଲି ଦିଅନ୍ତୁ। ବେଲିବା ପରେ ଏହି ବେଲାରୁ ଯେକୌଣସି ଡ଼ିଜାଇନ ଯେପରି ପାନପତ୍ର, ଗୋଲ, ଚାରିକଣିଆ ଭଳି କାଟନ୍ତୁ। ଏବେ ଏହାକୁ ବେକିଙ୍ଗ ଟ୍ରେରେ ରଖନ୍ତୁ। ଟ୍ରେରେ ରଖିବା ପରେ ୧ଚାମଚ କ୍ରିମ ଏହା ଉପରେ ପକାନ୍ତୁ। ବେକିଙ୍ଗ ଟ୍ରେକୁ ଓଭନ ମଧ୍ୟରେ ରଖି ୧୬ ରୁ ୧୮ ମିନିଟ ଅପେକ୍ଷା କରନ୍ତୁ। ଏହାପରେ ଏକ ପାତ୍ରକୁ କାଢନ୍ତୁ, ପ୍ରସ୍ତୁତ ହୋଇଗଲା ଅଟାରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଚକୋଲେଟ୍ ।
ଅଟାରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଚକୋଲେଟ୍
Popular Categories



