www.samajalive.in
Sunday, December 7, 2025
14.1 C
Bhubaneswar

କେବେ ପ୍ରସ୍ତୁତ କରିଛନ୍ତି କି ଏମିତି ଚିକେନ୍‌ ?

ଆବଶ୍ୟକ ସାମଗ୍ରୀ
ଲେଗ ପିସ୍‍ ଚିକେନ
ଅଦାରସୁଣ ବଟା – ୩ ଚାମଚ
ହଳଦୀ ଗୁଣ୍ଡ – ଅଳ୍ପ
ଚାଟ ମସଲା – ଅଳ୍ପ
ବେସନ – ୨ ଚାମଚ
ଲଙ୍କା ଗୁଣ୍ଡ – ୧ ଚାମଚରୁ ସାମାନ୍ୟ କମ
ଗରମ ମସଲା – ୧ ଚାମଚ
ଚିକେନ ମସଲା – ୧ ଚାମଚ
ଧନିଆ ଗୁଣ୍ଡ – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ବଟର – ଆବଶ୍ୟକ ପରିମାଣରେ
ନନଷ୍ଟିକ କଡ଼େଇ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିକେନ ଖଣ୍ଡ ଗୁଡ଼ିକୁ ଭଲ ଭାବେ ଧୋଇ ଦିଅନ୍ତୁ। ଧୋଇବା ପରେ ଛୁରୀ ଦ୍ୱାରା ଏହାକୁ ମଝିରେ ଅଳ୍ପ କାଟି ଦିଅନ୍ତୁ। ଏବେ ଏକ ପାତ୍ରରେ ବଟର ପକାଇ ସମସ୍ତ ପ୍ରକାରର ମସଲାକୁ ବଟରରେ ଭଲ ଭାବେ ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏବେ ଏହି ମସଲା ମିଶ୍ରଣକୁ ଧୋଇ କରି ରଖିଥିବା ଚିକେନ ଖଣ୍ଡରେ ଭଲ ଭାବେ ଲଗାନ୍ତୁ। ଏହାପରେ ଏହି ଚିକେନକୁ କିଛି ସମୟରେ ଫ୍ରିଜରେ ରଖିଦିଅନ୍ତୁ। ୧୦ ମିନିଟ ପରେ ଫ୍ରିଜରୁ ବାହାର କରି ଦିଅନ୍ତୁ। ଏବେ ଗ୍ୟାସ ଲଗାଇ ନନଷ୍ଟିକ କଡ଼େଇ ବସାଇ ଏଥିରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଫ୍ରିଜରୁ କାଢି ଥିବା ଚିକେନକୁ ତେଲରେ ପକାଇ ଫ୍ରାଏ କରି ଦିଅନ୍ତୁ। ଫ୍ରାଏ କରିବା ପରେ ଏହାକୁ ଏକ ପ୍ଲେଟକୁ କାଢି ଦିଅନ୍ତୁ। ଏବେ ଏହି ଛଣା ଚିକେନରେ ବଟର ଲଗାଇ ଗ୍ୟାସରେ ଏକ ତାର ଜାଲି ରଖି ଏହି ଚିକେନ ଗୁଡ଼ିକର ଦୁଇଟି ପଟକୁ ହାଲକା ଭାବେ ସେକି ଦିଅନ୍ତୁ। ଏବେ ଏହାକୁ ଏକ ପାତ୍ରକୁ କାଢି କଟା ପିଆଜ, ଧନିଆ ପତ୍ର ଦେଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମସଲା ଚିକେନ୍‌‌। ଏହାକୁ ଖାଆନ୍ତୁ ଓ ମଜା ନିଅନ୍ତୁ।

ଦାମ୍‌ ଏତିକି .. ଜବରଦସ୍ତ ମାଇଲେଜ୍‌ ;ଛୋଟ ପରିବାର ପାଇଁ ସର୍ବୋତ୍ତମ ସିଏନ୍‌ଜି କାର୍‌..

ଶନି-ବୃହସ୍ପତିଙ୍କ ଦୁର୍ଲ୍ଲଭ ଯୋଗ: ଏହି ୩ ରାଶିଙ୍କ ଭର୍ତ୍ତି ହେବ ଆଲମିରା, ମିଳିବ ଧନ ଠାରୁ ଆରମ୍ଭ କରି ବୈବାହିକ ସୁଖ, ସଫଳତା..

- Advertisement -

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories