www.samajalive.in
Saturday, December 6, 2025
15.1 C
Bhubaneswar

ଦାମ୍‌ ଏତିକି .. ଜବରଦସ୍ତ ମାଇଲେଜ୍‌ ;ଛୋଟ ପରିବାର ପାଇଁ ସର୍ବୋତ୍ତମ ସିଏନ୍‌ଜି କାର୍‌..

ନୂଆଦିଲ୍ଲୀ : ପେଟ୍ରୋଲ-ଡିଜେଲର ବିକଳ୍ପରେ ଇଲେକ୍ଟ୍ରିକ୍‌ ଓ ସିଏନଜି ଚାଳିତ ଯାନକୁ ଲୋକେ ଅଧିକ ପସନ୍ଦ କରୁଥିବା ଦେଖାଯାଉଛି। ତେବେ ଇଲେକ୍ଟ୍ରିକ୍‌ ଯାନ ଏବେ ମଧ୍ୟ ମହଙ୍ଗା ଥିବା ଦେଖାଯାଉଥିବା ବେଳେ କମ୍ପାନୀ ସିଏନଜି ଗାଡି ଉପରେ ଅଧିକ ଗୁରୁତ୍ୱ ଦେଉଥିବା ଦେଖାଯାଉଛି।

ସିଏନଜି କାର୍‌ର ଚାହିଦା ମଧ୍ୟ ବୃଦ୍ଧି ପାଉଛି। ଏବେ ବଜାରରେ ଅନେକ ଏସୟୁଭି ମଧ୍ୟ ରହିଛି, ଯାହା କମ୍ପାନୀ ପକ୍ଷରୁ ସିଏନଜି ସହ ଆସୁଛି। ଜାଣନ୍ତୁ ସେଭଳି କିଛି ସିଏନଜି ସହ ଆସୁଥିବା କାର୍‌ ବିଷୟରେ, ଯାହା ମାଇଲେଜ୍‌ ମଧ୍ୟ ଉତ୍ତମ।

- Advertisement -

ପଞ୍ଚ ସିଏନ୍‌ଜିରେ କମ୍ପାନୀ ୧.୨ ଲିଟର,୩ ସିଲିଣ୍ଡର ଇଞ୍ଜିନ୍‌ର ବ୍ୟବହାର କରିଛି । ଡୁଆଲ୍‌ ସିଲିଣ୍ଡର ଟେକ୍ନୋଲୋଜି ସହ ଆସୁଥିବା ଏସୟୁଭି ୨୬ କିମି ପର୍ଯ୍ୟନ୍ତ ମାଇଲେଜ୍‌ ପ୍ରଦାନ କରିଥାଏ। ଏହାର ଦାମ୍‌ ୬ ଲକ୍ଷ ।

Hyundai Exterରେ କମ୍ପାନୀ ୧.୨ ଲିଟର ବାୟୋ-ଫ୍ୟୁଲ ପେଟ୍ରୋଲ ସିଏନଜି ଇଞ୍ଚିନ୍‌ ଦିଆଯାଇଛି । ଏହାର ସିଏନଜି ଭାରିଆଣ୍ଟ ୨୭ କିମି ମାଇଲେଜ୍‌ ପ୍ରଦାନ କରିଥାଏ । ଏହାର ଦାମ୍‌ ୬.୧୩ ଲକ୍ଷ।

ନିସାନ ମଧ୍ୟ ସିଏନଜି ସହ ଆସୁଛି। ଯାହା ୧.୦ ଲିଟର ପେଟ୍ରୋଲ ଇଞ୍ଜିନ୍‌ ସହ ଆସିଥାଏ । ଏହାର ଦାମ୍‌ ୬.୮୯ ଲକ୍ଷ ।

Maruti Fronx  ସିଏନଜିରେ କମ୍ପାନୀ ୧.୨ ଲିଟରର କେ-ସିରିଜ୍‌ ଡୁଆଲଜେଟ୍‌ ଇଞ୍ଜିନ୍‌ ପ୍ରଦାନ କରିଛି । ଏହା ୨୮.୫୧ କିମି ମାଇଲେଜ୍‌ ଦେଇଥାଏ । ଏହାର ଦାମ୍‌ ୭.୫୮ ଲକ୍ଷ ।

ଟାଟା ନେକ୍ସନ୍‌ ସିଏନଜିରେ ୧.୨ ଲିଟରର ଟର୍ବୋଚାର୍ଜ ପେଟ୍ରୋଲ ମିଳିଥାଏ । ଏହା ୨୪ କିମି ମାଇଲେଜ୍‌ ପ୍ରଦାନ କରିଥାଏ । ଏଥିରେ ୩୨୧ ଲିଟରର ବୁଟ ସ୍ପେସ ମଧ୍ୟ ମିଳିଥାଏ । ଏହାର ଦାମ୍‌ ୮ ଳକ୍ଷ ଟଙ୍କା ।

ମାରୁତି ଗ୍ରାଣ୍ଡ ବିଟାରାର ସିଏନଜି ଭାରିଆଣ୍ଟରେ ୧.୫ ଲିଟରର ପ୍ରାକୃତିକ ଏସ୍ପାୟର୍ଡ ପେଟ୍ରୋଲ ଇଞ୍ଜିନ୍‌ ମିଳିଥାଏ । ଏହାର ସିଏନଜି ଭାରିଆଣ୍ଟ ୨୬.୬ କିମିର ମାଇଲେଜ୍‌ ଦେଇଥାଏ ।

ଶନି-ବୃହସ୍ପତିଙ୍କ ଦୁର୍ଲ୍ଲଭ ଯୋଗ: ଏହି ୩ ରାଶିଙ୍କ ଭର୍ତ୍ତି ହେବ ଆଲମିରା, ମିଳିବ ଧନ ଠାରୁ ଆରମ୍ଭ କରି ବୈବାହିକ ସୁଖ, ସଫଳତା..

ସେପ୍ଟେମ୍ବର ୭ରେ ଲାଗୁଛି ଚନ୍ଦ୍ରଗ୍ରହଣ ; ଜାଣନ୍ତୁ ଗ୍ରହଣ ସ୍ପର୍ଶ, ପାକ ତ୍ୟାଗ ସମୟ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories