www.samajalive.in
Monday, December 15, 2025
15.1 C
Bhubaneswar

ୟୁ-ଟ୍ୟୁବରଙ୍କ ମନ୍ତବ୍ୟ ‘ପରସା ଯାଉଛି ବାସିଖାଦ୍ୟ’, ପ୍ରଭାବରେ ବନ୍ଦ ହେଲା ତାରାକା ରୋସ୍ତୋରାଁ

ଦକ୍ଷିଣ କୋରିଆ: ବର୍ତ୍ତମାନ ଇଣ୍ଟରନେଟ୍‌ ସହାୟତା ନେଇ କେଉଁ ରେସ୍ତୋରାଁ ଖାଦ୍ୟ ଭଲ, ଦୋକାନକୁ ରାସ୍ତା କେଉଁଠି, ନୂଆ ଜିନିଷ କ’ଣ ମିଳୁଛି ଆଦି ତଥ୍ୟ ଅତି ସହଜରେ ମିଳିଯାଉଛି। ଜଣାଶୁଣା ୟୁ-ଟ୍ୟୁବର୍‌ମାନେ ମଧ୍ୟ ରେସ୍ତୋରାଁ ଖାଦ୍ୟ ବିଷୟରେ ମତାମତ ଅନ୍-ଲାଇନ୍ ଦେବା ପରେ ସାଧାରଣ ଲୋକମାନେ ସେହି ଅନୁସାରେ ସେଠୁ ଖାଦ୍ୟ ମଗାଇବେ କିମ୍ବା ନାହିଁ, ନିଷ୍ପତ୍ତି ନେଉଛନ୍ତି।

୨୦୨୧ରେ ଦକ୍ଷିଣ କୋରିଆସ୍ଥିତ ଏକ ରେସ୍ତୋରାଁରେ ଜଣେ ନାମୀ ୟୁ-ଟ୍ୟୁବର୍ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେହି ପଞ୍ଚତାରକା ରେସ୍ତୋରାଁ ସ୍ଥାନୀୟ ଅଞ୍ଚଳରେ ଖୁବ୍ ଲୋକପ୍ରିୟ ଥିଲା କିନ୍ତୁ ୟୁ-ଟ୍ୟୁବର୍ ମତ ଦେଇଥିଲେ ଯେ ସେଠି ବାସି ଖାଦ୍ୟ ପରଷାଯାଉଛି। ଏହା ପରଠାରୁ ଗ୍ରାହକମହଲରେ ବିବାଦ ତେଜିଲା। କିଛି ମାସ ରେସ୍ତୋରାଁରେ ଭିଡ଼ ବି ଜମିଲାନି।

- Advertisement -

୬ ମାସ ପୂର୍ବେ ସେହି ରେସ୍ତୋରାଁ ମାଲିକ ପୁଣି ଥରେ ବ୍ୟବସାୟ ବଢ଼ାଇବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି। ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ସେ ସହରର ଅନ୍ୟ ନାମୀ ୟୁ-ଟ୍ୟୁବର୍‌ମାନଙ୍କୁ ଡକାଇ ଏକ ବିଶେଷ ଆୟୋଜନ କଲେ କିନ୍ତୁ ସେଭଳି ଆଖିଦୃଶିଆ ସଫଳତା ମିଳିଲାନି। ତିନି ବର୍ଷ କ୍ଷତିରେ ଚାଲିବା ପରେ ଶେଷରେ ମାଲିକ ରେସ୍ତୋରାଁକୁ ବନ୍ଦ କରିଛନ୍ତି। ଜଣେ ୟୁ-ଟ୍ୟୁବରଙ୍କ ଭୁଲ ମତାମତ ଯୋଗୁଁ ତାଙ୍କ ରେସ୍ତୋରାଁ ବନ୍ଦ ହେବା ସହିତ ଅନେକ କର୍ମଚାରୀ ଚାକିରି ହରାଇବା କହିଛନ୍ତି ରେସ୍ତୋରାଁ ମାଲିକ। ଏହି ଘଟଣା ପରଠାରୁ ଦକ୍ଷିଣ କୋରିଆରେ ୟୁ-ଟ୍ୟୁବର୍‌ମାନେ ମଧ୍ୟ ବିବାଦ ଘେରକୁ ଆସିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories