www.samajalive.in
Sunday, December 14, 2025
26.1 C
Bhubaneswar

ଲଣ୍ଡନରେ ଧାଡ଼ିରେ ଛିଡ଼ା ହେବା ପାଇଁ ଦିନକୁ ମିଳୁଛି ୧୮-୨୦ହଜାର ଟଙ୍କା

ଲଣ୍ଡନ: ଅନ୍ୟ ପାଇଁ ଧାଡ଼ିରେ ଛିଡ଼ା ହେବେ, ସେଥିପାଇଁ ଦିନ ହିସାବରେ ଭଲ ପାଉଣା ବି ପାଇବେ। ଏପରି କଥା ଶୁଣି ହସ ଲାଗୁଥିଲେ ମଧ୍ୟ ଏହା ସତ ଘଟଣା। ବ୍ରିଟେନ୍‌‌ରେ ଏଭଳି ଅନେକ ବ୍ୟକ୍ତିଙ୍କୁ ଦେଖିବାକୁ ମିଳେ, ଯେଉଁମାନେ ଧନୀ ବ୍ୟକ୍ତିଙ୍କ ପାଇଁ ଧାଡ଼ିରେ ଛିଡ଼ା ହୋଇ ମୋଟା ଅଙ୍କର ମୂଲ୍ୟ ନେଉଛନ୍ତି। ୩୧ ବର୍ଷୀୟ ଫ୍ରେଡି ଲଣ୍ଡନରେ ଏକ ବିଳାସମୟ ଜୀବନଯାପନ କରୁଥିବାବେଳେ ତାଙ୍କ ପାଖେ ଚାକିରି ନାହିଁ କିମ୍ବା ସେ କୌଣସି ବ୍ୟବସାୟ ବି କରୁନଥିବା କହିଛନ୍ତି। କେବଳ ଧନୀ ଲୋକଙ୍କ ପାଇଁ ଧାଡ଼ିରେ ଛିଡ଼ା ହୋଇ ସେ ଦିନକୁ ୧୮-୨୦ହଜାର ଟଙ୍କା ଆୟ କରିଥାନ୍ତି।

କେତେବେଳେ ବ୍ୟାଙ୍କ୍‌ରେ ୪-୫ ଘଣ୍ଟା ଛିଡ଼ାହେବାକୁ ପଡ଼େ ତ’ ଅନ୍ୟ କେଉଁ ସମୟରେ ବଡ଼ ବଡ଼ ସପିଂ ମଲ୍‌ରେ ଭିଡ଼ ଲାଗିବାବେଳେ ୭-୮ ଘଣ୍ଟା ବି ଫ୍ରେଡି ଛିଡ଼ାହୋଇରହନ୍ତି। ଘଣ୍ଟାଘଣ୍ଟା ଛିଡ଼ା ହେବା ତାଙ୍କ ପାଇଁ ପୂର୍ଣ୍ଣକାଳୀନ ଚାକିରି ବୋଲି କହିଛନ୍ତି ଫ୍ରେଡି।

- Advertisement -

କେବଳ ଫ୍ରେଡି ନୁହନ୍ତି, ତାଙ୍କ ପରି ଶହଶହ ସଂଖ୍ୟାରେ ଯୁବକଯୁବତୀ ଏହିଭଳି କାମ କରି ବେଶ୍ ଭଲ ରୋଜଗାର କରୁଥିବା ଜଣାପଡ଼ିଛି। ଅନ୍-ଲାଇନ୍ ସୁବିଧା ଏବେ ଆଗ ତୁଳନାରେ ପରିବ୍ୟାପ୍ତ ହୋଇଛି ସତ କିନ୍ତୁ କେତେକ ସ୍ଥାନରେ ବ୍ୟକ୍ତିଙ୍କୁ ନିଜେ ଯାଇ ସେସବୁ କାମ କରିବାକୁ ପଡ଼େ।

ଧନୀ ଲୋକମାନେ ଏତେ ଲମ୍ବା ସମୟ ଧାଡ଼ିରେ ଛିଡ଼ା ହୋଇପାରନ୍ତିନି, ସେଥିପାଇଁ ସେମାନେ ଘଣ୍ଟା ପିଛା ଲୋକଙ୍କୁ ପ୍ରାପ୍ୟ ଦେଇଦିଅନ୍ତି। ନ୍ୟୁ ସାଉଥ୍‌ୱେଲସ୍‌ର ଜଣେ ଯୁବତୀ ୱେନି ୬ ବର୍ଷ ଅନ୍ୟଙ୍କ ଧାଡ଼ିରେ ଛିଡ଼ା ହେବା କାମ କରି ନିଜ ସଞ୍ଚିତ ଟଙ୍କାରେ ନ୍ୟୁୟର୍କରେ ଏକ ବିଳାସମୟ ଫ୍ଲାଟ୍ କିଣିବାକୁ ସକ୍ଷମ ହୋଇଥିବା ପ୍ରକାଶ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories