ପାଟଣା : ପାଟଣା ଥାନା ଅନ୍ତର୍ଗତ ସରାସକୋଲା ପଂଚାୟତ ବଡ଼ ଜାମୁପଶି ଗ୍ରାମରେ ଜଣେ ବିବାହିତ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି । ମୃତକ ହେଲେ ଗ୍ରାମର ସନୁ ମୁଣ୍ଡାଙ୍କ ପୁଅ କୁନା ମୁଣ୍ଡା (୨୫) ବୋଲି ଜଣାପଡିଛି । ସୂଚନା ଅନୁସାରେ କୁନା ମୁଣ୍ଡା ରବିବାର ଅପରାହ୍ନରେ ବିଲ କାମ ସାରି ଘରକୁ ଫେରିବା ପରେ ପୋଖରୀରେ ଗାଧୋଉ ଥିବା ବେଳେ ହଠାତ ଅସୁସ୍ଥ ହୋଇ ପଡିଥିଲେ। ପରିବାର ଲୋକେ ତୁରନ୍ତ ୧୦୮ ରୋଗୀବୁହା ଯାନ ସହାୟତାରେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତୀ କରିଥିଲେ। ହେଲେ ସେଠାରେ କୁନାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ କୁନା ମୁଣ୍ଡାର ମୃତ୍ୟୁର କାରଣ ଜଣାପଡି ନଥିବା ବେଳେ ଖବର ପାଇ ପାଟଣା ପୁଲିସ ପହଞ୍ଚି ଶବକୁ ଜବତ କରି ତଦନ୍ତ ଜାରି ରଖିଛି। ମୃତ କୁନା ମୁଣ୍ଡାଙ୍କ ବିଧବା ପତ୍ନୀ ଓ ଦୁଇ ନାବାଳିକା ଶିଶୁ କନ୍ୟା ତାଙ୍କ ମୃତ୍ୟୁରେ ଅସହାୟ ହୋଇପଡିଛନ୍ତି ।
Popular Categories



