www.samajalive.in
Monday, December 8, 2025
14.1 C
Bhubaneswar

ବୈକୁଣ୍ଠ ନାଏକ ହେଲେ ରାଜ୍ୟ ଯୁବ ବିଜେଡ଼ିର କାର୍ଯ୍ୟକାରୀ ସଭାପତି

ସୁନ୍ଦରଗଡ଼ :  ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ରାଜ୍ୟ ବିଜୁ ଯୁବ ଜନତା ଦଳର ରାଜ୍ୟ କର୍ମକର୍ତ୍ତା ଓ ୩୩ ସାଙ୍ଗଠନିକ ଜିଲା ଯୁବ ସଭାପତିଙ୍କ ନାମ ଘୋଷଣା କରିଛନ୍ତି। ଏହି ମର୍ମରେ ରାଜ୍ୟ ବିଜୁ ଜନତା ଦଳର ସାଧାରଣ ସଂପାଦକ (ଯୁବ ବ୍ୟାପାର) ତଥା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଏକ ପ୍ରେସ ଇସ୍ତାହାରରେ ସୂଚନା ଦେଇଛନ୍ତି। ପଶ୍ଚିମାଞ୍ଚଳ ଜୋନ୍ ବିଜୁ ଛାତ୍ର ଜନତା ଦଳର ସଭାପତି ବୈକୁଣ୍ଠ ନାଏକଙ୍କୁ ରାଜ୍ୟ ଯୁବ ବିଜେଡ଼ିର କାର୍ଯ୍ୟକାରୀ ସଭାପତି ଭାବେ ମନୋନୀତ କରାଯାଇଛି। ​ସେହିପରି ସୁନ୍ଦରଗଡ଼ ଜିଲାର ବିଭୂତି ପୁହାଣଙ୍କୁ ଅନ୍ୟତମ ରାଜ୍ୟ ସାଧାରଣ ସଂପାଦକ, ସୁବାଷ ସ୍ୱାଇଁ ଓ ଅଜୟ ଅମାତଙ୍କୁ ରାଜ୍ୟ ଯୁଗ୍ମ ସଂପାଦକ ଭାବେ ମନୋନୀତ କରିଛନ୍ତି।

ଅନ୍ୟପକ୍ଷରେ ସୁନ୍ଦରଗଡ଼ ସାଙ୍ଗଠନିକ ଜିଲାର ବିଜୁ ଯୁବ ଜନତା ଦଳର ଜିଲା ସଭାପତି ଦେବେନ୍ଦ୍ର ପ୍ରସାଦ ମାଝୀଙ୍କୁ ପୁର୍ନବାର ସେହି ପଦବିରେ ମନୋନୀତ କରିଥିବା ବେଳେ ରାଉରକେଲା ସାଙ୍ଗଠନିକ ଜିଲାର ବିଜୁ ଯୁବ ଜନତା ଦଳର ସଭାପତି ଭାବେ ସୁମନ ବାଗେଙ୍କୁ ମନୋନୀତ କରିଛନ୍ତି। ଏହି ଘୋଷଣା  ସଂପର୍କରେ ପ୍ରସାରିତ ହେବା ପରେ ଜିଲାର ଯୁବ-ଛାତ୍ରଙ୍କ ମଧ୍ୟରେ ଉତ୍ସାହ ପରିଲିକ୍ଷିତ ହୋଇଛି। ବିଶେଷ କରି ରାଜ୍ୟ କର୍ମକର୍ତ୍ତା ମନୋନୟନରେ ସୁନ୍ଦରଗଡ଼ ଜିଲାକୁ ଗୁରୁତ୍ୱ ଦିଆଯାଇଥିବା ସ୍ପଷ୍ଟ ହୋଇଛି। ସୂଚନା ଯୋଗ୍ୟ, ବୈକୁଣ୍ଠ ନାଏକ ସୁନ୍ଦରଗଡ଼ ସାଙ୍ଗଠନିକ ଜିଲା ପାଇଁ ‘ଜୀବନ ବିନ୍ଦୁ’ ଏବଂ ‘ଓଡ଼ିଶା ମୋ ପରିବାର’ର ଜିଲା ସଂଯୋଜକ ଦାୟିତ୍ୱ ମଧ୍ୟ ତୁଲାଇ ଆସୁଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories