www.samajalive.in
Sunday, December 7, 2025
26.1 C
Bhubaneswar

ଫାଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା

ଜି.ଉଦୟଗିରି: କନ୍ଧମାଳ ଜିଲାର ଟିକାବାଲି ଥାନା ଅନ୍ତର୍ଗତ ଟିକାବାଲି ଟାଉନର ଆଖଣ୍ଡଳମଣି ସାହିର ଜଣେ ଯୁବକ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ଯୁବକଜଣକ ହେଲେ ଜଗା ପାତ୍ର(୨୩) ପିତା ବାବୁଲା ପାତ୍ର। ସୋମବାର ରାତିରେ ସେ ନିଜ ଘରେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଟିକାବାଲି ପୁଲିସ ଖବର ପାଇ ଥାନାଧିକାରୀ ରେବତି ସବର ଏବଂ ଅନ୍ୟ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ନିମନ୍ତେ ଫୁଲବାଣୀ ଚିକିତ୍ସାଳୟକୁ ପଠାଇଥିବା ଜଣାପଡିଛି। ଏନେଇ ଟିକାବାଲି ପୁଲିସ ଏକ ଅପମୃତ୍ୟୁ ମାମଲା ୦୧/୨୧ରେ ରୁଜୁ କରି ତଦନ୍ତ କରୁଛି।  ଏହି ମାମଲାର ତଦନ୍ତ ଅଧିକାରୀ ଏସ.ଆଇ ଅନିଲ କୁମାର ଦେବତା ରହିଥିବା ଏବଂ ଶବ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରିଥିବା ଥାନାଧିକାରୀ ରେବତି ସବର ସୂଚନା ଦେଇଛନ୍ତି।

ସୂଚନା ଥାଉକି, ଉକ୍ତ ମୃତ ବ୍ୟକ୍ତି ଜଗା ପାତ୍ର ଟିକାବାଲି ବସ ଷ୍ଟାଣ୍ଡରେ ମୋବାଇଲ ଦୋକାନ କରିଥିଲେ ତେଣୁ ଟିକାବାଲି ବଣିକ ସଂଘ ଦିନ ୧ଘଣ୍ଟା ଠାରୁ ଦୋକାନ ବଜାର ବନ୍ଦ କରିବା ସହ ନିରବ ପ୍ରାର୍ଥନା କରିଥିଲେ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories