ବଲାଙ୍ଗୀର: ବଲାଙ୍ଗୀର ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ଖୁଜେନପାଲି ରେଳଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ବଣିକ ସଂଘ ସଭାପତି ତ୍ରିପୁରାରୀ ପାଣିଗ୍ରାହୀ ବୋଲି ଜଣାପଡିଛି। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ରେଳବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ତ୍ରିପୁରାରୀଙ୍କ ମୃତଦେହ ଉଦ୍ଧାର କରିଛି। ତେବେ କିପରି ମୃତ୍ୟୁ ଘଟିଲା ତାହା ଜାଣିବାକୁ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।
ରେଳଧାରଣାରୁ ବଣିକ ସଂଘ ସଭାପତିଙ୍କ ମୃତଦେହ ଉଦ୍ଧାର
Popular Categories



