www.samajalive.in
Friday, December 5, 2025
26.1 C
Bhubaneswar

ଆଉ ୪-୫ଦିନ ଘନ କୁହୁଡି: ସତର୍କ କଲା ଆଇଏମ୍‌ଡି

ନୂଆଦିଲ୍ଲୀ : ସାରା ଦେଶରେ ଶୀତ ଲହରୀ ଜାରି ରହିଛି। ପ୍ରବଳ ଜାଡରେ ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇପଡିଛି। ଆହୁରି ୪ରୁ ୫ଦିନ ଘନ କୁହୁଡି ରହିବା ନେଇ ଆଇଏମଡି ପୂର୍ବାନୁମାନ କରିଛି। ସମଗ୍ର ଉତ୍ତର ଭାରତରେ ଏପରି ପାଗ ରହିବା ନେଇ ଆଇଏମଡି ଆକଳନ କରିଛି। ଘନ କୁହୁଡି ଯୋଗୁଁ ଦିଲ୍ଲୀ ଏବଂ କୋଲକାତା ବିମାନ ବନ୍ଦରରେ ବିମାନସେବା ବାଧାପ୍ରାପ୍ତ ହୋଇଛି। ଯାତ୍ରୀମାନଙ୍କୁ ଯୋଗାଯୋଗରେ ରହିବାକୁ ବିମାନ ସେବା ସଂସ୍ଥା ପରାମର୍ଶ ଦେଇଛି।

ସେପଟେ ପୂର୍ବ ଭାରତରେ ବି ଅସହ୍ୟ ଶୀତ ଅନୁଭୂତ ହେଉଛି। ରବିବାର ୧୦ ଡିଗ୍ରୀ ତଳେ ୧୦ ସହରର ତାପମାତ୍ରା ରହିଥିଲା। ସୁନ୍ଦରଗଡର କିରେଇ ସବୁଠାରୁ ଥଣ୍ଡା ସହର ପାଲଟିଛି। ତେବେ ଆସନ୍ତା ଦୁଇ ଦିନ ପାଗରେ ପରିବର୍ତ୍ତନ ଆସିବା ନେଇ ସୂଚନା ରହିଛି। ଆସନ୍ତା ୧୭ ଏବଂ ୧୮ ତାରିଖରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories