www.samajalive.in
Saturday, December 6, 2025
23.1 C
Bhubaneswar

ବିମାନ ଉଡାଣରେ ବିଳମ୍ବ ହେବାରୁ ପାଇଲଟଙ୍କୁ ପିଟିଲେ ଯାତ୍ରୀ

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନରେ ପାଇଲଟଙ୍କୁ ଦୁର୍ବ୍ୟବହାର । ବିମାନ ଉଡାଣରେ ବିଳମ୍ବ ନେଇ ପାଇଲଟ ଘୋଷଣା କରୁଥିବା ବେଳେ ବିମାନର କ୍ୟାପଟେନଙ୍କୁ ପିଟିଛନ୍ତି ଜଣେ ଯାତ୍ରୀ । ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଭିଡ଼ିଓ ଭାଇରାଲ ହେବା ପରେ ଲୋକମାନେ ଯାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏହି ବିମାନଟି ଦିଲ୍ଲୀରୁ ଗୋଆକୁ ଯାଉଥିଲା ବୋଲି ସୂଚନା ମିଳିଛି ।

ସୂଚନା ଅନୁସାରେ ଇଣ୍ଡିଗୋ ବିମାନ ଦିଲ୍ଲୀରୁ ଗୋଆ ଅଭିମୁଖେ ଯାତ୍ରା ଆରମ୍ଭ କରିବାକୁ ଥିଲା । ହେଲେ ଖରାପ ପାଗ କୁହୁଡି ଯୋଗୁ ଉଡାଣରେ ବିମ୍ବଳ ହୋଇଥିଲା । ବିମାନ ଉଡିବା ବିଳମ୍ବ ହେବା ପରେ ଜଣେ ଯାତ୍ରୀ ବିମାନର ପାଇଲଟଙ୍କୁ ପିଟିଥିଲେ । ଭିଡ଼ିଓରୁ ସ୍ପଷ୍ଟ ଜଣାପଡୁଛି ଯେ ପାଇଲଟ ବିମାନ ବିଳମ୍ବ ନେଇ ଘୋଷଣା କରିବା ବେଳେ ଯାତ୍ରୀ ଜଣଙ୍କ ତାଙ୍କୁ ଆକ୍ରମଣ କରିଥିଲେ । ଆଉ କହିଥଲେ ଯଦି ଆପଣ ଯିବା କଥା ଚାଲନ୍ତୁ ନଚେତ ଅନ୍ୟତ୍ର ଡ୍ରାଇଭ୍‍ କରନ୍ତୁ । ବିମାନ ସଠିକ୍‍ ସମୟରେ ଯାତ୍ରା ଆରମ୍ଭ କରିନଥିବାରୁ କ୍ରୋଧିତ ହୋଇଥିଲେ ଯାତ୍ରୀ । ଏହି ଭିଡ଼ିଓ ଭାଇରାଲ ହେବା ପରେ ଲୋକମାନେ ଯାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ତେବେ ସଂପୃକ୍ତ ଯାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୁଲିସ ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories