www.samajalive.in
Saturday, December 6, 2025
26.1 C
Bhubaneswar

ନବବଧୂ ହତ୍ୟା ଘଟଣା ; ଫେରାର ଶାଶୁ ଶ୍ୱଶୁର ଗିରଫ

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ଜୁଗୁଡି ଗ୍ରାମରେ ନବବଧୂଙ୍କୁ ଶାଶୁ ଘର ଲୋକେ ମାଡ଼ ମାରି ହତ୍ୟା କରିବା ଘଟଣାରେ ସମ୍ପୃକ୍ତ ଥାଇ ଫେରାର ଥିବା ଶାଶୁ ଶ୍ୱଶୁରକୁ ଗୋଳନ୍ଥରା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଦୁଇ ଜଣ ହେଲେ ଜୁଗୁଡି ଗାଁର ଝିଅମା ଗୌଡ଼ ଓ ପ୍ରକାଶ ଗୌଡ଼ ବୋଲି ପୁଲିସ ସୂଚନା ଦେଇଛି।
ସୂଚନାଯୋଗ୍ୟ, ଜୁଗୁଡି ଗାଁର ସଂଗ୍ରାମ ଗୌଡ଼ ଦିଗପହଣ୍ଡି ଥାନା ନରସିଂହପୁର ଗ୍ରାମର ବିସା ଗୌଡ଼ଙ୍କ ଝିଅ ସାବିତ୍ରୀ ଗୌଡ଼ଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ପରଠାରୁ ଶାଶୁ ଝିଅମା ଗୌଡ଼ ସାବିତ୍ରୀଙ୍କୁ ଯୌତୁକ ନିର୍ଯ୍ୟାତନା ଦେବା ସହ ଶାରୀରିକ ମାନସିକ ନିର୍ଯ୍ୟାତନା ଦେଉଥିଲେ। ଗତ ମାର୍ଚ୍ଚ ୧୨,୨୦୨୩ ଶନିବାର ଦିନ ସନ୍ଧ୍ୟା ୫ଟା ବେଳେ ଘରେ ଶାଶୁ ଘର ଲୋକେ ସାବିତ୍ରୀଙ୍କୁ ବାଡ଼େଇ ବାଡ଼େଇ ମାରିବା ସହ ଗଳା ଚିପି ମାରି ଦେଇଥିବା ନେଇ ଥାନାକୁ କେତେକ ପଡୋଶୀ ଫୋନ ଯୋଗେ ଖବର ଦେଇଥିଲେ। ଖବରପାଇ ଘଟଣା ସ୍ଥଳରେ ଗୋଳନ୍ଥରା ପୁଲିସ ପହଞ୍ଚି ଆମ୍ବୁଲାନ୍ସ ସହାୟତାରେ ଗୁରୁତର ଅବସ୍ଥାରେ ସାବିତ୍ରୀଙ୍କୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲ ପଠାଇଥିଲେ। କିନ୍ତୁ ଡାକ୍ତର ସେଠାରେ ସାବିତ୍ରୀଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ସାବିତ୍ରୀଙ୍କ ବାପା ବିସା ଗୌଡ଼ଙ୍କ ପକ୍ଷରୁ ତାଙ୍କ ଝିଅ ସାବିତ୍ରୀକୁ ଶାଶୁ ଘର ଲୋକେ ମାଡ଼ ମାରି ମାରିଦେଇଥିବା ନେଇ ଥାନାରେ ଏତଲା ଦେଇଥିଲେ। ଏ ନେଇ ଥାନାରେ ୧୪୮/୨୩ରେ ଏକ ମାମଲା ରୁଜୁ କରିବା ସହ ସ୍ୱାମୀ ସଂଗ୍ରାମ ଗୌଡ଼କୁ ଗିରଫ କରି କୋର୍ଟ ଚାଲାଣ କରି ଥିବା ବେଳେ ଘଟଣାରେ ସମ୍ପୃକ୍ତ ଶାଶୁ ଶ୍ୱଶୁର ଫେରାର ହୋଇଯାଇଥିଲେ। ରବିବାର ଉଭୟଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ସେମାନଙ୍କର ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories