www.samajalive.in
Sunday, December 7, 2025
14.1 C
Bhubaneswar

ବରଗଡ଼ରେ କଂସ ମହାରାଜଙ୍କ ରାଜୁତି: ୧୧ଦିନ ଧରି ଚାଲିବ ଧନୁଯାତ୍ରା

ବରଗଡ: ସୋମବାରଠାରୁ ବରଗଡରେ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ ହେବ। ମଥୁରାନଗରୀରେ ୧୧ ଦିନ ବ୍ୟାପୀ କଂସ ମହାରାଜଙ୍କ ରାଜୁତି ଚାଲିବ । ଚଳିତବର୍ଷ ବରଗଡ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରାକୁ ୭୫ବର୍ଷ ପୂରୁଛି। ହାଟପଦାଠାରେ ମହାରାଜ କଂସଙ୍କର ୯୫ ଫୁଟ୍ ଉଚ୍ଚ ଏବଂ ୪୫ ଫୁଟ୍ ପ୍ରସ୍ଥ ବିଶିଷ୍ଟ ରାଜଦରବାର ନିର୍ମାଣ କରାଯାଇଛି। ଯାହା ବିଶ୍ବର ସବୁଠୁ ବଡ ମୁକ୍ତାକାଶ ରଙ୍ଗମଞ୍ଚ ଅଟେ । ଜାନୁଆରୀ ୨୫ ତାରିଖ ପର୍ଯ୍ୟନ୍ତ ଏହି ଯାତ୍ରା ଚାଲିବ । ଶନିବାର ଅପରାହ୍ନ ୨ ଟା ୩୦ ରେ ଗାନ୍ଧି ଛକରୁ ବାହାରି ସମଲେଶ୍ବରୀ ମନ୍ଦିରରେ ସାଂସ୍କୃତିକ ଶୋଭାଯାତ୍ରା ପହଞ୍ଚିବ ।

ସଂଧ୍ୟା ୫ ଟା ୩୦ ରେ ସମଲେଶ୍ବରୀ ମନ୍ଦିରରୁ ଶୋଭାଯାତ୍ରା ବାହାରି ହାଟପଦାସ୍ଥିତ ରାଜଦରବାରରେ ପହଞ୍ଚିବ। ସଂଧ୍ୟା ୭ ଟାରେ ବରଗଡ ସାଂସଦ ସୁରେଶ ପୂଜାରୀ ଏବଂ ବିଧାୟକ ଦେବେଶ ଆଚାର୍ଯ୍ୟ ଏହାକୁ ଉଦଘାଟନ କରିବେ । ବରଗଡ ସହର ମଥୁରା ନଗରୀରେ ରୂପାନ୍ତର ହେବାକୁ ଥିବାବେଳେ ଅମ୍ବାପାଲି ଗୋପପୁର ପାଲଟିଯିବ । ଚଳିତବର୍ଷ ଏକାଦଶଥର ପାଇଁ ହୃଷିକେଶ ଭୋଇ କଂସ ଭୂମିକାରେ ଅଭିନୟ କରିବେ । କଂସ ଦରବାର , ରଙ୍ଗମହଲ ସହ ପୁରା ସହରକୁ ସଜ୍ଜିତ କରାଯାଇଛି।

- Advertisement -

 

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories