bjd gruha runa

ଏହି ଜୀବର ପ୍ରୋଟିନ୍‌‌ ଖାଇଲେ, କଦାପି ଆସିବନି ବାର୍ଦ୍ଧକ୍ୟ

BJD Bijuli 480×75 Mob

ସମାଜ ଡିିଜିଟାଲ ଡେସ୍କ: ପୃଥିବୀ ପୃଷ୍ଠର ଲୋକମାନେ କେବେ ବି ବାର୍ଦ୍ଧକ୍ୟର ଶିକାର ହେବାକୁ ଚାହାଁନ୍ତି ନାହିଁ। ସେ ମହିଳା ହୁଅନ୍ତୁ କିମ୍ବା ପୁରୁଷ। ସେମାନେ ନିଜକୁ ସବୁଦିନ ପାଇଁ ଯୁବାବସ୍ଥାରେ ରଖିବା ପାଇଁ ପ୍ରୟାସ କରିଥାନ୍ତି। କିନ୍ତୁ ବୟସ ବଢିବାରେ ଲାଗିଥାଏ। ସମୟାନୁସାରେ ଦିନେ ସମସ୍ତଙ୍କୁ ବାର୍ଦ୍ଧକ୍ୟର ଶିକାର ହେବାକୁ ପଡେ। କିନ୍ତୁ ପୃଥିବୀରେ ଗୋଟିଏ ପ୍ରାଣୀ ରହିଛି ଯାହାର ପ୍ରୋଟିନ୍‌‌ ବାର୍ଦ୍ଧକ୍ୟ ରୋକିବାରେ ଶକ୍ତି ରଖିଥାଏ। ନିକଟରେ ହୋଇଥିବା ଏକ ଅନୁସନ୍ଧାନରେ ଏହା ସ୍ପଷ୍ଟ ହୋଇଛି।
ଆମେ ଏଠାରେ ଟ୍ରାଡିଗ୍ରେଡ୍ସ ବିଷୟରେ କହୁଛୁ। ଯାହା ଦୁନିଆର ସବୁଠାରୁ ସାହାସୀ ପ୍ରାଣୀ ଭାବେ ପରିଚିତ। ଏହି ପ୍ରାଣୀ ଏତେ ଶକ୍ତିଶାଳୀ ଯେ ଅତ୍ୟଧିକ ଗରମ କିମ୍ବା ଥଣ୍ଡା ହେଉନା କାହିଁକି ଏହା ମରିନଥାଏ। ଏହା ଅମର ଏବଂ ଆଶ୍ଚର୍ଯ୍ୟଜନକ ଜୀବ ବୋଲି କୁହାଯାଉଛି। ସମ୍ପ୍ରତି ଯେତେବେଳେ ବୈଜ୍ଞାନିକ ମାନେ ଏହା ଉପରେ ଗବେଷଣା କରିଲେ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଥିଲା। ବୈଜ୍ଞାନିକଙ୍କ ଅନୁସନ୍ଧାନ ଅନୁଯାୟୀ ଟ୍ରାଡିଗ୍ରେଡ୍ସରେ ଏକ ବିଶେଷ ପ୍ରକାରର ପ୍ରୋଟିନ୍‌‌ ଆବିଷ୍କୃତ ହୋଇଛି। ଯାହା ମଣିଷର ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ବନ୍ଦ କରିଥାଏ। ପ୍ରାରମ୍ଭିକ ସୂଚନା ଅନୁଯାୟୀ ଯଦି ଯୁବକମାନେ ଏହି ପ୍ରୋଟିନକୁ ଗ୍ରହଣ କରନ୍ତି ତେବେ ସେମାନେ କଦାପି ବାର୍ଦ୍ଧକ୍ୟର ଶିକାର ହେବେ ନାହିଁ।
ଏହି ପ୍ରଣୀ ନିକଟରେ ଯେଉଁ ପ୍ରୋଟିନ୍‌‌ ରହିଛି ତାହା ମାନବ କୋଷକୁ ବିକାଶରୁ ରକ୍ଷା କରିଥାଏ। ମାର୍ଚ୍ଚ ୧୯ରେ ସାଇନ୍ସ ଜର୍ଣ୍ଣାଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଯେତେବେଳେ ଏହି କ୍ଷୁଦ୍ର ଜୀବରେ ଥିବା ପ୍ରୋଟିନ୍‌‌ ଲାବୋରେଟୋରୀରେ ପରୀକ୍ଷା କରାଯାଇଥିଲା, ସେତେବେଳେ ସେମାନେ ମାନବ କୋଷକୁ ବିନାଶରୁ ରକ୍ଷା କରିଥିଲେ। ଏହି ପ୍ରୋଟିନର ନାମ ହେଉଛି ସିଏଏଚଏସଡି। ଯାହା ମାନବ କୋଷରେ ଭର୍ତ୍ତି ହେଲାବେଳେ ଏକ ଜେଲ ପରି ଗଠନ ତିଆରି ହୋଇଥାଏ। ଅନୁସନ୍ଧାନକାରୀ ତଥା ମଲିକୁଲାର ବାୟୋଲୋଜିର ପ୍ରଫେସର ସିଲଭିଆ ସାଞ୍ଚେଜ ମାର୍ଟିନେଜ କହିଛନ୍ତି ଯେ ଏହି ଜୀବର ପ୍ରୋଟିନ୍‌‌ ମାନବ କୋଷକୁ ଅତିରିକ୍ତ ଶକ୍ତି ଯୋଗାଇଥାଏ। ସେଗୁଡିକ ବିନାଶ ହୁଏ ନାହିଁ।
ଏହି ଆଠ ଗୋଡ ବିଶିଷ୍ଟ ଜୀବଟି କୌଣସି ସୁପରହିରୋ ଠାରୁ କମ୍‌‌ ନୁହେଁ। ଟ୍ରାଡିଗ୍ରେଡ୍‌‌ ଜଳ ଭାଲୁ ଭାବରେ ମଧ୍ୟ ଜଣାଶୁଣା। ଏହି ଜୀବଟି ଅତ୍ୟଧିକ ଉତ୍ତାପ ଏବଂ ଥଣ୍ଡାରେ ମଧ୍ୟ ମରିନଥାଏ। ଏପରିକି ମହାକାଶରେ ମଧ୍ୟ ମରିନଥାଏ, ବଞ୍ଚିରହିଥାଏ। ଯେଉଁଠାରେ ମଣିଷ ୨ସେକେଣ୍ଡ ପର୍ଯ୍ୟନ୍ତ ବଞ୍ଚିବା ଅସମ୍ଭବ। ଏହି ଜୀବ ବର୍ଷ ବର୍ଷ ଧରି ଜୀବନ୍ତ ରହିପାରେ। କୁହାଯାଏ ଯେ ତାଙ୍କ ଦେହରେ ଗୁଳି ବାଜିଥିଲେ ମଧ୍ୟ ଏହା ଜୀବନ୍ତ ରହିଥାଏ। କୁହାଯାଉଛି ଯେ ଯଦି ମଣିଷ ଏହାର ଜିନ୍‌‌ ପାଏ ତେବେ ସେମାନେ ସବୁଦିନ ପାଇଁ ଅମର ହୋଇଯିବେ।

 

Comments are closed.