BJD Bijuli 480×75 Mob

୬ ବିଶ୍ୱବିଦ୍ୟାଳୟରେ ଯୋଗ ବିଭାଗ ଖୋଲିବ

BJD Bijuli 480×75 Mob
0

ନୂଆଦିଲ୍ଲୀ : ବିଶ୍ୱବିଦ୍ୟାଳୟ ମଞ୍ଜୁରୀ କମିସନଙ୍କ ଅନୁମୋଦନକ୍ରମେ ଦେଶର ୬ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଯୋଗ ବିଭାଗ ଖୋଲାଯିବ ବୋଲି ଜଣାପଡିଛି। ଏଗୁଡିକ ହେଲା ଉତ୍ତରାଖଣ୍ଡର ହେମବତୀ ନନ୍ଦନ ବହୁଗୁଣା ଗଡୱାଲ ବିଶ୍ୱବିଦ୍ୟାଳୟ, ପଶ୍ଚିମବଙ୍ଗର ବିଶ୍ୱଭାରତୀ, ରାଜସ୍ଥାନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କେରଳ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ମଧ୍ୟପ୍ରଦେଶସ୍ଥିତ ଇନ୍ଦିରା ଗାନ୍ଧି ଜାତୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ଓ ମଣିପୁର ବିଶ୍ୱବିଦ୍ୟାଳୟ। ଗତମାସ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ଭାଷଣ ଦେଉଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଶିକ୍ଷାର ଗୁରୁତ୍ୱ ଉପରେ ଆଲୋଚନା କରିବା ସହ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟରେ ଏହି ପାଠ୍ୟକ୍ରମକୁ ସାମିଲ କରିବାକୁ ପ୍ରସ୍ତାବ ଦେଇଥିଲେ।

Leave A Reply