www.samajalive.in
Sunday, December 7, 2025
14.1 C
Bhubaneswar

‘କମଲ କା ଫୁଲ ବଡ଼ି ଭୁଲ୍‍’କହି ପୂର୍ବତନ କେନ୍ଦ୍ରମନ୍ତ୍ରୀ  ଯଶବନ୍ତ ସିଂହଙ୍କ ପୁଅ ବିଜେପି ଛାଡିଲେ

ବାରମେର: ବରିଷ୍ଠ ବିଜେପି ନେତା ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିଂହଙ୍କ ପୁଅ ମାନବେନ୍ଦ୍ର ସିଂହ ବିଜେପିରୁ ଇସ୍ତଫା ଦେଇଛନ୍ତି। ଶନିବାର ରାଜସ୍ଥାନର ବାରମେରଠାରେ ଏକ ଜନସଭାକୁ ସମ୍ବୋଧନ କରି ସେ ‘କମଲ କା ଫୁଲ ବଡ଼ି ଭୁଲ୍‍’ ବୋଲି ମନ୍ତବ୍ୟ ଦେବା ସହ ଦଳରୁ ଇସ୍ତଫା ବିଷୟ ଘୋଷଣା କରିଛନ୍ତି। କେଉଁ ଦଳରେ ସେ ଯୋଗଦେବେ ସେ ସମ୍ପର୍କରେ କହି ନାହାନ୍ତି; ତେବେ ସେ କଂଗ୍ରେସରେ ଯୋଗ ଦେବେ ବୋଲି ସୂଚନା ମିଳିଛି। ମାନବେନ୍ଦ୍ରଙ୍କ ଇସ୍ତଫା ରାଜ୍ୟରେ ନିର୍ବାଚନମୁଖୀ ବିଜେପିକୁ ଆଘାତ ଦେଇଛି। ୨୦୧୪ ଲୋକସଭା ନିର୍ବାଚନରେ ବାରମେର ଆସନରୁ ଯଶବନ୍ତଙ୍କୁ ବିଜେପି ଟିକଟ ନ ମିଳିବା ପରଠାରୁ ତାଙ୍କ ପରିବାର ଦଳ ପ୍ରତି ବିମୁଖ ରହିଛନ୍ତି। ନିର୍ବାଚନରେ ଯଶବନ୍ତ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱଦ୍ୱନ୍ଦ୍ୱିତା କରିଥିଲେ। ଯଶବନ୍ତଙ୍କ କ୍ଷେତ୍ରରେ ଦଳର ଆଭିମୁଖ୍ୟକୁ ନେଇ ମାନବେନ୍ଦ୍ର ଦଳୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସମାଲୋଚନା କରିବାରେ ତାଙ୍କୁ ନିଲମ୍ବନ କରାଯାଇଥିଲା। ଅଦ୍ୟାବଧି ତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ହୋଇ ନାହିଁ। ସେଥିପାଇଁ ସେ ବିଜେପିରେ ନାହାନ୍ତି ବୋଲି କହିଛନ୍ତି।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories