ଆମେରିକା ବିରୋଧରେ ଏକାଠି ହେଲେ ଡବ୍ଲ୍ୟୁଟିଓ ଏବଂ ରୁଷିଆ

0

ଜୁରିକ୍‍ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‍ ଇସ୍ପାତ୍‍ ଓ ଆଲୁମିନିୟମ୍‍ ଉପରେ ଟିକସ ଲାଗୁ କରିବା ବିରୋଧରେ ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ) ମାଧ୍ୟମରେ କିଛି ଦେଶ ଏକାଠି ହୋଇଛି। ବିଶ୍ୱ ବାଣିଜ୍ୟ ସଂଗଠନ ଜରିଆରେ ପାଲଟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ୟୁରୋପୀୟ ସଂଘ ସମେତ ଅନ୍ୟ ପାଞ୍ଚୋଟି ଦେଶ ସହିତ ରୁଷିଆ ଯୋଗ ଦେଇଛି। ଜୁରିକ୍‍ ସ୍ଥିତ ଜଣେ ବାଣିଜ୍ୟ ପ୍ରଶାସକ କହିଛନ୍ତି ଯେ, ଆମେରିକା ପକ୍ଷରୁ ଇସ୍ପାତ୍‍ ଉପରେ ୨୫ପ୍ରତିଶତ ଓ ଆଲୁମିନିୟମ୍‍ ଉପରେ ୧୦ ପ୍ରତିଶତ ଟିକସ ଲାଗୁ କରାଯାଇଥିବା ବିରୋଧରେ ରୁଷିଆ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା ବେଳେ ଅନ୍ୟାନ୍ୟ ଡବ୍ଲ୍ୟୁଟିଓ ସଦସ୍ୟ ରାଷ୍ଟ୍ରଙ୍କୁ ଏନେଇ ଅବଗତ ମଧ୍ୟ କରାଯାଇଛି। ରୁଷିଆ ବ୍ୟତୀତ ଚୀନ୍‍, ଭାରତ, ୟୁରୋପୀୟ ମହାସଂଘ, କାନାଡା, ମେକ୍ସିକୋ ଏବଂ ନରୱେ ପକ୍ଷରୁ ମଧ୍ୟ ଆମେରିକାର ଇସ୍ପାତ୍‍ ଓ ଆଲୁମିନିୟମ୍‍ ଉପରେ ଟିକସ ବୃଦ୍ଧି ବିରୋଧରେ ଆପତ୍ତି କରାଯାଇଛି।

kalyan agarbati
Leave A Reply