www.samajalive.in
Monday, December 15, 2025
15.1 C
Bhubaneswar

ଜିତିବ କିଏ: ଭାରତକୁ ଦରକାର ୨୮୦ ରନ୍‌, ଅଷ୍ଟ୍ରେଲିଆକୁ ୭ଟି ୱିକେଟ

ଓଭାଲ୍‌: ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଫାଇନାଲର ୫ମ ତଥା ଅନ୍ତିମ ଦିନ ରୋଚକ ହେବାକୁ ଯାଉଛି। ୪ର୍ଥ ଇନିଂସରେ ବିଶ୍ବ କୀର୍ତ୍ତିମାନ ୪୪୪ ରନ୍‌ର ପିଛା କରୁଥିବା ଭାରତ ପାଇଁ ଶେଷ ଘଣ୍ଟାରେ ବିରାଟ କୋହଲି ଓ ଅଜିଙ୍କ୍ୟ ରାହାଣେ ଲଢ଼ୁଆ ବ୍ୟାଟିଂକରି ଭାରତର ବିଜୟ ଆଶା ବଜାୟ ରଖିଛନ୍ତି। ଜିତିବା ପାଇଁ ଭାରତ ଶେଷଦିନରେ ୨୮୦ ରନ୍‌ ଆବଶ୍ୟକ କରୁଥିବା ‌ବେଳେ ଅଷ୍ଟ୍ରେଲିଆ ୭ଟି ୱିକେଟ ଆବଶ୍ୟକ କରୁଛି। ତେଣୁ ଅଷ୍ଟ୍ରେଲିଆର ପଲ୍ଲା ଭାରିରହିଛି। ତେବେ ଫର୍ମରେ ଥିବା ବିରାଟ କୋହଲି ଓ ପ୍ରଥମ ଇନିଂସରେ ସଫଳତମ ବ୍ୟାଟ୍‌ସମ୍ୟାନ୍ ଅଜିଙ୍କ୍ୟ ରାହା​‌େ​‌ଣ କ୍ରିଜ୍‌ରେ ଥିବା ପର୍ଯ୍ୟନ୍ତ ସବୁକିଛି ସମ୍ଭବ। ୪୪୪ ରନ୍‌ର ପିଛାକରି ଭାରତ ୪ର୍ଥ ଦିନ ଶେଷରେ ୩ ୱିକେଟରେ ଓଭର ପିଛା ୪ ରନ୍‌ରୁ ଅଧିକ ହାରରେ ୧୬୪ ରନ୍‌ କରିପାରିଛି। ବିରାଟ କୋହଲି ଲୟରେ ଥିବା ଭଳି ମନେ ହେଉଛନ୍ତି ଏବଂ ଦର୍ଶନୀୟ ସଟ୍‌ ଖେଳୁଛନ୍ତି। ପୁଣି ପିଚ୍‌ ବ୍ୟାଟିଂ ପାଇଁ ସହଜ ହେବା ଭଳି ମନେହେଉଛି। ମ୍ୟାଚ୍‌ ଅମୀମାଂସିତ ରହିଲେ ଉଭୟ ଦଳ ଯୁଗ୍ମବିଜେତା ହେବେ। ଆଲେକ୍ସ କ୍ୟାରୀଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ୮ ୱିକେଟରେ ୨୭୦ ରନ୍‌କରି ୨ୟ ଇନିଂସ ଘୋଷଣା କରିଥିଲା। ୨ୟ ଇନିଂସରେ ଭାରତୀୟ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ କଙ୍ଗାରୁ ବ୍ୟାଟରଙ୍କୁ ଚାପରେ ରଖି ପାରିଥିଲା।

୪୪୪ ରନ୍‌ର ବିଜୟଲକ୍ଷ୍ୟ ପାଇବା ପରେ ଭାରତୀୟ ଓପ୍‌ନର ନିୟମିତ ସଟ୍‌ ଖେଳି ଇନିଂସ ଆରମ୍ଭ କରିଥିଲେ। ଅଧିନାୟକ ରୋହିତ ଶର୍ମା ଓ ଶୁବ୍‌ମାନ ଗିଲ୍‌ ୭ ଓଭରରେ ୪୧ ରନ୍‌ ଯୋଡ଼ିବା ପରେ କାମେରନ୍‌ ଗ୍ରୀନ୍‌ଙ୍କ ଏକ ବିବାଦୀୟ କ୍ୟାଚ୍‌ରେ ଗିଲ୍‌ ଆଉଟ୍‌ ହୋଇଥିଲେ। କ୍ରମାଗତ ୨ୟ ଇନିଂସରେ ବିଫଳ ହୋଇଥିବା ଶୁବ୍‌ମାନ୍‌ ଗିଲ୍‌ ୧୯ ବଲ୍‌ରୁ ୨ଟି ଚୌକା ସହ ୧୮ ରନ୍‌ କରିଥିଲେ। ରୋହିତ ଶର୍ମା ଓ ଚେତେଶ୍ବର ପୂଜାରା ବେଶ୍‌ କିଛି ସମୟ କ୍ରିଜ୍‌ରେ ରହି ୫୧ ରନ୍‌ ଯୋଡ଼ିଥିଲେ। ଦୁହେଁ ସେଟ୍‌ ହୋଇ ଯାଇଥିଲେ ହେଁ ୫ଟି ବଲ୍‌ ମଧ୍ୟରେ ୱିକେଟ ଫିଙ୍ଗିଥିଲେ। ରୋହିତ ସ୍ବିପ୍‌ ମାରି ଆଉଟ୍‌ ହୋଇଥିଲେ। ରୋହିତ ୬୦ ବଲ୍‌ରୁ ଗୋଟିଏ ଛକା ଓ ୭ଟି ଚୌକା ସହ ୪୩ ରନ୍‌ କରିଥିଲେ। ବାହାର ବଲ୍‌ର ପିଛାକରି ପୂଜାରା ୪୭ ବଲ୍‌ରୁ ୫ଟି ଚୌକା ସହ ୨୭ ରନ୍‌କରି ବିଦାୟ ନେଇଥିଲେ। ୯୩ ରନ୍‌ରେ ୩ଟି ୱିକେଟ ପଡ଼ିବା ପରେ ଭାରତ ଦୁଇ ଅଭିଜ୍ଞ ବ୍ୟାଟ୍‌ସମ୍ୟାନ୍ ବିରାଟ କୋହଲି ଓ ଅଜିଙ୍କ୍ୟ ରାହାଣେ କ୍ରିଜ୍‌ରେ ରହିଛନ୍ତି। ଦୁହେଁ ଅବିଭାଜିତ ୪ର୍ଥ ୱିକେଟ ପାଇଁ ୭୧ ରନ୍‌ ଯୋଡ଼ି ଭାରତର ବିଜୟ ଆଶା ବଜାୟ ରଖିଛନ୍ତି। କୋହଲି ୬୦ ବଲ୍‌ରୁ ୭ଟି ଚୌକା ସହ ୪୦ ଏବଂ ରାହାଣେ ୩ଟି ଚୌକା ସହ ୨୦ ରନ୍‌ କରିଛନ୍ତି।

- Advertisement -

ପ୍ରଥମ ଇନିଂସରେ ୧୭୩ ରନ୍‌ ଆଗରେ ଥିବା ଅଷ୍ଟ୍ରେଲିଆ ୩ୟ ଦିନରେ ୨ୟ ଇନିଂସରେ ୪ ୱିକେଟରେ ୧୨୩ ରନ୍‌ କରିଥିଲା। ୪ର୍ଥ ଦିନ ଆରମ୍ଭରୁ ମାର୍ନସ ଲାବୁସେନ୍‌ଙ୍କ ୱିକେଟ୍‌ ଭାରତକୁ ଦେଇଥିଲେ ଉମେଶ ଯାଦବ। ସ୍ଲିପ୍‌ରେ କ୍ୟାଚ୍‌ ଦେବା ପୂର୍ବରୁ ଲାବୁସେନ୍‌ ୧୨୬ ବଲ୍‌ରୁ ୪ଟି ଚୌକା ସହ ୪୧ ରନ୍‌ କରିଥିଲେ। ପରେ କାମେରନ୍ ଗ୍ରୀନ୍ ଓ ଆଲେକ୍ସ କ୍ୟାରୀ ୬ଷ୍ଠ ୱିକେଟ ପାଇଁ ୪୩ ରନ୍‌ ଯୋଡ଼ିିଥିଲେ। ଅଲ୍‌ରାଉଣ୍ଡର ଗ୍ରୀନ୍‌ ୯୫ ବଲ୍‌ରୁ ୪ଟି ଚୌକା ସହ ୨୫ ରନ୍‌ କରିଥିଲେ। ୧୬୭ ରନ୍‌ରେ ଅଷ୍ଟ୍ରେଲିଆ ୬ଟି ୱିକେଟ ହରାଇବା ପରେ ଭାରତ ଜଲ୍‌ଦି ପ୍ରତିପକ୍ଷ ଦଳକୁ ଅଲ୍‌ଆଉଟ୍‌ କରିବାର ପ୍ରୟାସ କରିଥିଲା। ହେଲେ ଭାରତ ରାସ୍ତାରେ କଣ୍ଟା ସାଜି ଛିଡ଼ା ହୋଇଥିଲେ ଦୁଇ ବାମହାତି ଆଲେକ୍ସ କ୍ୟାରୀ ଓ ମିଚେଲ ଷ୍ଟାର୍କ। ବିଶେଷକରି ଷ୍ଟାର୍କ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ଦୁହେଁ ୭ମ ୱିକେଟ ପାଇଁ ୨୦ ଓଭରରୁ ଦ୍ରୁତ ୯୩ ରନ୍‌ ଯୋଗକରି ଭାରତକୁ ନିରାଶ କରିଥିଲେ। ଫଳ​‌େ​ର ଏକଦା ଭାରତ ୨ୟ ଇନିଂସରେ ୩୫୦ରୁ କମ୍‌ ରନ୍‌ର ପିଛାକରିବ ବୋଲି ଅନୁମାନ କରା ଯାଉଥିବା ବେଳେ କ୍ୟାରୀ-ଷ୍ଟାର୍କ ଭାଗିଦାରୀ ରୋହିତ ଶର୍ମାଙ୍କ ଦଳକୁ ନିରାଶ କରିଥିଲା। ମିଚେଲ ଷ୍ଟାର୍କ ଷ୍ଟ୍ରୋକ୍‌ ଖେଳି ୫୭ ବଲ୍‌ରୁ ୭ଟି ଚୌକା ସହ ୪୧ ରନ୍‌ କରିଥିଲେ। ଅଧିନାୟକ ପ୍ୟାଟ୍‌ କମିନ୍‌ସ ୫ ରନ୍‌କରି ଆଉଟ୍‌ ହେବା ସହ ଅଷ୍ଟ୍ରେଲିଆ ୨ୟ ଇନିଂସ ଘୋଷଣା କରିଥିଲା। ଆଲେକ୍ସ କ୍ୟାରୀ କ୍ରମାଗତ ୨ୟ ଇନିଂସରେ ଭଲ ଖେଳି ୮ଟି ଚୌକା ସହ ୬୬ ରନ୍‌କରି ଅପରାଜିତ ରହିଥିଲେ। ରବୀନ୍ଦ୍ର ଜାଡ଼େଜା ୩ଟି ୱିକେଟ ନେଇଥିବା ବେଳେ ମହମ୍ମଦ ସାମି ଓ ଉମେଶ ଯାଦବ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories