www.samajalive.in
Monday, December 15, 2025
24.1 C
Bhubaneswar

ମହିଳା ପ୍ରିମିୟର ଲିଗ୍‌: ଦୀପ୍ତି ସବୁଠାରୁ ଦାମୀ

ନୂଆଦିଲ୍ଲୀ, ୨୭ା୧୧: ମହିଳା ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ର ୪ର୍ଥ ସଂସ୍କରଣ ୨୦୨୬ ଜାନୁଆରୀ ୯ରୁ ଖେଳାଯିବ। ଏଥିପାଇଁ ଦିଲ୍ଲୀରେ ମେଗା ଖେଳାଳି ନିଲାମ ଗୁରୁବାର ଅନୁଷ୍ଠିତ ହୋଇଛି। ଏହି ନିଲାମରେ ଅଲ୍‌ରାଉଣ୍ଡର ଦୀପ୍ତି ଶର୍ମା ସବୁଠାରୁ ମହଙ୍ଗା ଖେଳାଳି ଭାବେ ବିକ୍ରି ହୋଇଛନ୍ତି। ୟୁପି ୱାରିଅର୍ଜ ଦୀପ୍ତିଙ୍କୁ ୩ କୋଟି ୨୦ ଲକ୍ଷ ଟଙ୍କାରେ ପୁନର୍ବାର ଦଳରେ ସାମିଲ କରିଛି। ନିଲାମ ସମୟରେ ଏକ ବଡ଼ ଡ୍ରାମା ଦେଖିବାକୁ ମିଳିଥିଲା। ପ୍ରାରମ୍ଭରେ ଦିଲ୍ଲୀ କ୍ୟାପିଟାଲ୍‌ସ ଦୀପ୍ତିଙ୍କୁ ୫୦ ଲକ୍ଷ ଟଙ୍କାରେ କିଣିଥିଲା। କିନ୍ତୁ ୟୁପି ୱାରିଅର୍ଜ ତୁରନ୍ତ ନିଜର ରାଇଟ୍ ଟୁ ମ୍ୟାଚ୍‌ କାର୍ଡ ବିକଳ୍ପ ବ୍ୟବହାର କରିଥିଲା। ଦିଲ୍ଲୀ ପୁଣି ଥରେ ନିଜର ଦାବି ଅର୍ଥ ବଢ଼ାଇଥିଲା। କିନ୍ତୁ ୟୁପି ଆଗକୁ ଯାଇ ୩ କୋଟି ୨୦ ଲକ୍ଷ ଟଙ୍କାରେ ଦୀପ୍ତିଙ୍କୁ କିଣି ପାରିଥିଲା।

ଏଥିସହିତ ଦୀପ୍ତି ଡବ୍ଲ୍ୟୁପିଏଲ୍‌ ଇତିହାସରେ ଦ୍ବିତୀୟ ସର୍ବାଧିକ ଦାମୀ ଖେଳାଳି ବିବେଚିତ ହୋଇଛନ୍ତି। ୨୦୨୩ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସ୍ମୃତି ମାନ୍ଧାନାଙ୍କୁ ୩ କୋଟି ୪୦ ଲକ୍ଷ ଟଙ୍କାରେ କ୍ରୟ କରିଥିଲା। ଯାହା ଡବ୍ଳ୍ୟୁପିଏଲର ସବୁଠାରୁ ଦାମୀ ଖେଳାଳି ରହିଛନ୍ତି। ନିଲାମ ହୋଇଥିବା ଅନ୍ୟ ପ୍ରମୁଖ ଖେଳାଳିଙ୍କ ମଧ୍ୟରେ ନ୍ୟୁଜିଲାଣ୍ଡର ଆମେଲିଆ କେର୍‌ଙ୍କୁ ମୁମ୍ବଇ ଇଣ୍ଡିଆନ୍‌ସ ୩ କୋଟି ଟଙ୍କାରେ, ଶିଖା ପାଣ୍ଡେଙ୍କୁ ୟୁପି ୱାରିଅର୍ଜ ୨ କୋଟି ୪୦ ଲକ୍ଷ ଟଙ୍କାରେ, ନ୍ୟୁଜିଲାଣ୍ଡର ସୋଫି ଡିଭାଇନଙ୍କୁ ଗୁଜରାଟ ଜ୍ୟାଣ୍ଟ୍‌ସ ୨ କୋଟିରେ, ଅଷ୍ଟ୍ରେଲିଆର ମେଗ୍‌ ଲାନିଙ୍ଗଙ୍କୁ ୟୁପି ୱାରିଅର୍ଜ ୧ କୋଟି ୯୦ ଲକ୍ଷ ଟଙ୍କାରେ, ଫିବି ଲିଚ୍‌ଫିଲ୍‌ଡଙ୍କୁ ୟୁପି ୱାରିଅର୍ଜ ୧ କୋଟି ୨୦ ଲକ୍ଷ ଟଙ୍କାରେ, ଦକ୍ଷିଣ ଆଫ୍ରିକା ଅଧିନାୟିକା ଲୌରା ଓଲଭାର୍ଟଙ୍କୁ ଦିଲ୍ଲୀ କ୍ୟାପିଟାଲ୍‌ସ ୧ କୋଟି ୧୦ ଲକ୍ଷ ଟଙ୍କାରେ, ଦିଲ୍ଲୀ କ୍ୟାପିଟାଲ୍‌ସ ୱେଷ୍ଟଇଣ୍ଡିଜ୍‌ର ଚିନେଲ ହେନରୀଙ୍କୁ ୧ କୋଟି ୩୦ ଲକ୍ଷରେ, ଶ୍ରୀ ଚରଣୀଙ୍କୁ ୧ କୋଟି ୩୦ ଲକ୍ଷ ଓ ଆଶା ଶୋଭନାଙ୍କୁ ୟୁପି ୱାରିଅର୍ଜ ୧ କୋଟି ୧୦ ଲକ୍ଷ ଟଙ୍କାରେ କିଣିଛି। ଅଷ୍ଟ୍ରେଲିଆର ତାରକା ଖେଳାଳି ଆଲିସା ହିଲି, ଆଲାନା କିଙ୍ଗ୍‌, ଇଂଲଣ୍ଡର ଏମି ଜୋନ୍‌ସ, ଭାରତର ଏସ୍‌. ମେଘନା, ପ୍ରତୀକା ରାୱଲ, ଇଂଲଣ୍ଡର ହିଦର ନାଇଟ୍‌ଙ୍କୁ କୌଣସି ଦଳ କିଣିନାହାନ୍ତି। ସମସ୍ତ ୫ଟି ଫ୍ରାଞ୍ଚାଇଜି ନିଲାମରେ ସାମିଲ ହୋଇଥିଲେ। ମୋଟ୍‌ ୨୭୦ ଜଣ ଖେଳାଳି ନାମ ପଞ୍ଜୀକରଣ ହୋଇଥିଲା; ଯେଉଁଥିରେ ୮୩ ଜଣ ଅନ୍ତର୍ଜାତୀୟ ଖେଳାଳି ଥିଲେ। ଏହି ନିଲାମରେ ୬୭ ଖେଳାଳି ବିକ୍ରି ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨୩ ଜଣ ବିଦେଶୀ ଖେଳାଳି ରହିଛନ୍ତି। ଏଥିପାଇଁ ମୋଟ୍‌ ୪୦ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟ କରା ଯାଇଥିଲା।

Hot this week

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories