www.samajalive.in
Sunday, December 7, 2025
23.1 C
Bhubaneswar

ମଣିପୁରରେ ନିର୍ମାଣ ଚାଲିଛି ବିଶ୍ୱର ଉଚ୍ଚତମ ରେଳ ପୋଲ; ଜିରିବାମ-ଇମ୍ଫାଲ ଯାତ୍ରା ସମୟ ୮ରୁ ୧୦ ଘଣ୍ଟା ହ୍ରାସପାଇବ

ଇମ୍ଫାଲ: ମଣିପୁରର ନୋନି ଉପତ୍ୟକାରେ ନିର୍ମାଣ ଚାଲିଛି ବିଶ୍ୱର ଉଚ୍ଚତମ ରେଳ ପୋଲ । ଏହି ପୋଲର ଉଚ୍ଚତା ୧୪୧ ମିଟର ହେବ । ଜିରିବାମ-ଇମ୍ଫାଲ ୧୧୧ କିଲୋମିଟର ଲମ୍ବ ବ୍ରଡଗଜ ରେଳଲାଇନରେ ଏହି ସେତୁ ସମେତ ଏକାଧିକ ସେତୁ ଓ ସୁଡଙ୍ଗ ନିର୍ମାଣ କରାଯାଉଛି । ଜଣାଯାଇଛି ଯେ ରେଳ ଲାଇନର ମୋଟ ଦୈର୍ଘ୍ୟ ମଧ୍ୟରୁ ପ୍ରାୟ ୬୧ ପ୍ରତିଶତ କେବଳ ସୁଡଙ୍ଗ । ଏହି ରେଳପଥ ନିର୍ମାଣ କାର୍ଯ୍ୟ ଶେଷହେଲେ ଜିରିବାମ ଓ ଇମ୍ଫାଲ ମଧ୍ୟରେ ପୂର୍ବରୁ ଯାତାୟତ ପାଇଁ ୧୦ରୁ ୧୨ ଘଣ୍ଟା ସମୟ ଲାଗୁଥିବାବେଳେ ତାହା ମାତ୍ର ଅଢେଇ ଘଣ୍ଟା ଲାଗିବ । ୨୨୦ କିଲୋମିଟର ଯାତ୍ରା ସମୟ ପ୍ରାୟ ୮ରୁ ୧୦ ଘଣ୍ଟା ହ୍ରାସପାଇବ ବୋଲି ଜଣାଯାଇଛି । ତାହାସହିତ ଏହା ମଣିପୁର ଏବଂ ଦେଶର ଉତ୍ତର ପୂର୍ବାଞ୍ଚଳକୁ ଦେଶର ଅନ୍ୟାନ୍ୟ ଭାଗସହିତ ରେଳପଥରେ ସଂଯୁକ୍ତ କରିବ । ପୂର୍ବରୁ ୟୁରୋପର ମଣ୍ଟେନିଗ୍ରୋସ୍ଥିତ ରିଜେକା ଭାୟାଡକ୍ଟ ଉଚ୍ଚତା ୧୩୯ ମିଟର ଥିଲା ଏବଂ ଏହା ବିଶ୍ୱର ଉଚ୍ଚତମ ରେଳ ପୋଲ ଭାବରେ ପରିଗଣିତ ହେଉଥିଲା ।
ଏହି ରେଳ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ସନ୍ଦୀପ ଶର୍ମା କହିଛନ୍ତି, ରେଳ ପୋଲ କାର୍ଯ୍ୟ ୨୦୨୩ ଡିସେମ୍ବର ସୁଦ୍ଧା ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି । ଇତିମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ୧୨ କିଲୋମିଟର ରେଳପଥ ନିର୍ମାଣ ଶେଷ ହୋଇଛି ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୯୮% କାମ ସମ୍ପୂର୍ଣ୍ଣ ହୋଇଛି ଏବଂ ୨୦୨୨ ଫେବ୍ରୁଆରୀ ସୁଦ୍ଧା ଏହା ପ୍ରସ୍ତୁତ ହୋଇଯିବ । ତୃତୀୟ ପର୍ଯ୍ୟାୟ କାର୍ଯ୍ୟ ଖୋଙ୍ଗସାଙ୍ଗରୁ ତୁପୁଲ ପର୍ଯ୍ୟନ୍ତ ୨୦୨୨ ନଭେମ୍ବର ସୁଦ୍ଧା ଶେଷ ହେବ । ସେତୁର ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ତୁପୁଲରୁ ଇମ୍ଫାଲ ଉପତ୍ୟକା ପର୍ଯ୍ୟନ୍ତ ୨୦୨୩ ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ହେବ । ଏହି ରେଳପଥର ୧୧୧ କିଲୋମିଟର ଅଂଶ ମଧ୍ୟରୁ ପ୍ରାୟ ୬୧% କେବଳ ସୁଡଙ୍ଗ ବୋଲି ସେ କହିଛନ୍ତି । କେବଳ ସେତୁ ନିର୍ମାଣ ନିମନ୍ତେ ୩୭୪ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଜାତୀୟ ରାଜପଥରେ ବର୍ଷା ଋତୁରେ ମାଟି ଅତଡା ଧସି ରାସ୍ତା ବନ୍ଦ ରହୁଥିବାବେଳେ ରେଳପଥ ସବୁଦିନିଆ ଯୋଗାଯୋଗ ଯୋଗାଇଦେବ ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories