www.samajalive.in
Monday, December 15, 2025
16.1 C
Bhubaneswar

ଜଳ ହିଁ ଶାନ୍ତିର ବାର୍ତ୍ତାବହ ହୋଇ ପାରିବ

ଡେସ୍କ: ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲ୍‌‌, କଟକଠାରେ ବିଶ୍ୱ ଜଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଚଳିତ ବର୍ଷ ଜଳ ଦିବସ ପାଳନ ନିମନ୍ତେ ୟୁ.ଏନ୍‌‌ ୱାଟର ତରଫରୁ ବିଷୟବସ୍ତୁ ରହିଛି ୱାଟର୍‌‌ ଫର୍‌‌ ପିସ୍‌‌’ ବା ଶାନ୍ତି ପାଇଁ ଜଳ। ଏହି ଉପଲକ୍ଷେ ଆଯୋଜିତ ସଚେତନତା ଉତ୍ସବରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ କୁମାର ଶତପଥି ସଭାପତିତ୍ୱ କରିଥିବା ବେଳେ ଜନସ୍ୱାସ୍ଥ୍ୟ ବିଭାଗର ଅବସରପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀ ସର୍ବେଶ୍ୱର ବାରିକ ମୁଖ୍ୟ ଅତିଥି ଓ ଅବସରପ୍ରାପ୍ତ ଶିକ୍ଷକ ନାରାୟଣ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ବରିଷ୍ଠ ଶିକ୍ଷୟିତ୍ରୀ ଜ୍ୟୋସ୍ନାରାଣୀ ଷଡ଼ଙ୍ଗୀ ଜଳଦିବସ ପାଳନର ତାତ୍ପର୍ଯ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ। ବିଦ୍ୟାଳୟ ଇକୋ ଓ ଏନର୍ଜି କ୍ଲବ୍‌‌ ଆନୁକୁଲ୍ୟରେ ଆୟୋଜିତ ଏହି ଉତ୍ସବରେ ଶିକ୍ଷିକା ସସ୍ମିତା ବେହେରା ଇକୋ କ୍ଲବ୍‌‌ ତରଫରୁ ୨୦୨୩ ବର୍ଷରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମ ଓ ଜଳଅମଳ ପ୍ରକଳ୍ପ ସମ୍ବନ୍ଧରେ ବିବରଣୀ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଶ୍ରୀ ସାହୁ, ଶିକ୍ଷିକା ପୁଷ୍ପିତା ନାୟକ ଓ ଅତିଥି ଶିକ୍ଷକ ମନୋରଞ୍ଜନ ମିଶ୍ର ପ୍ରମୁଖ ଜୀବନ ପାଇଁ ଜଳର ମହତ୍ତ୍ୱ ଓ ଜଳ ସଂରକ୍ଷଣ ଉପରେ ପିଲାଙ୍କୁ ସଚେତନ କରିଥିଲେ। ପ୍ରଧାନଶିକ୍ଷକ ଶ୍ରୀ ଶତପଥି ଜଳସଙ୍କଟରୁ ବିଶ୍ୱକୁ ରକ୍ଷା କରିବା ତଥା ଆଗାମୀ ପିଢ଼ିକୁ ଏକ ସୁନ୍ଦର ପୃଥିବୀ ଭେଟିଦେବା ନିମନ୍ତେ ସମସ୍ତେ ଯତ୍ନବାନ ହେବା ନିମନ୍ତେ ପରାମର୍ଶ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ବାରିକ ଜଳ ପାଇଁ ଦେଶ ଦେଶ ଓ ରାଜ୍ୟ ରାଜ୍ୟ ମଧ୍ୟରେ ଲାଗି ରହିଥିବା ସଂଘର୍ଷକୁ ଏଡ଼ାଇ ସଭିଏଁ ସହଯୋଗିତା ଭିତ୍ତିରେ ଜଳର ସୁପରିଚାଳନା କଲେ ଜଳ ହିଁ ଶାନ୍ତିର ବାର୍ତ୍ତାବହ ହୋଇପାରିବ ବୋଲି ମତ ରଖିଥିଲେ।

- Advertisement -

ଏହି ଅବସରରେ ଅନୁଷ୍ଠିତ ବକ୍ତୃତା,କୁଇଜ୍‌‌ ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିଗଣ ପୁରସ୍କାର ବିତରଣ କରିଥିଲେ। ଶିକ୍ଷିକା ପ୍ରମିଳା ଜେନା, ସୌଭାଗ୍ୟମଞ୍ଜରୀ ମହାପାତ୍ର, ପ୍ରଭାସିନୀ ଦତ୍ତ, ବୀଣାପାଣି ସାହୁ ଓ ଅତିଥି ଶିକ୍ଷିକା ଶିବାନୀ ସାହୁ ପ୍ରମୁଖ ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ବିଦ୍ୟାଳୟ କର୍ମଚାରୀ ଅମର ପ୍ରସାଦ ମହାନ୍ତି, ସିପ୍ରାରାଣୀ ମହାନ୍ତି, ରାଜୁ ନାଏକ ଓ ଧନେଶ୍ୱର ନାଏକ ପ୍ରମୁଖ ସଭା ପରିଚାଳନାରେ ସହାୟତା କରିଥିଲେ। ଶେଷରେ ବରିଷ୍ଠ ଶିକ୍ଷୟିତ୍ରୀ ପୁଷ୍ପିତା ନାୟକ ଧନ୍ୟବାଦ ଅର୍ପଣ କରିବା ସହ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories