www.samajalive.in
Sunday, December 14, 2025
19.1 C
Bhubaneswar

ବିଶ୍ୱର ସ୍ଥିରତା ଓ ସମୃଦ୍ଧିରେ ଜଳର ଗୁରୁତ୍ୱପୂର୍ଣ୍ଣ ଭୂମିକା

ଭୁବନେଶ୍ଵର: ମିଳିତ ଜାତିସଂଘର ଘୋଷଣା ଅନୁସାରେ ବିଶ୍ୱ ଜଳ ଦିବସ ଭାବେ ପାଳନ କରାଯାଇଆସୁଅଛି । ଚଳିତ ବର୍ଷ ଏହି ଦିବସ ପାଳନର ବାର୍ତ୍ତା ରହିଛି ‘ଶାନ୍ତି ପାଇଁ ଜଳ’, ଯେଉଁଥିରେ ବିଶ୍ୱର ସ୍ଥିରତା ଏବଂ ସମୃଦ୍ଧିରେ ଜଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଗୁରୁତ୍ୱ ଦିଆଯାଇଛି ।

ଜଳବାୟୁ ପରିବର୍ତ୍ତନର ପ୍ରଭାବ ବୃଦ୍ଧିଏବଂ ବିଶ୍ୱଜନସଂଖ୍ୟା ବୃଦ୍ଧି ପାଉଥିବାରୁ ଆମର ସବୁଠାରୁ ମୂଲ୍ୟବାନ‘ଜଳ ସମ୍ପଦ’ର ସୁରକ୍ଷା ଓ ସଂରକ୍ଷଣ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ସମସ୍ତଙ୍କ ମାନବିକ ଅଧିକାର ଏବଂ ଆବଶ୍ୟକତାକୁ ସନ୍ତୁଳିତ କରିବା ପାଇଁ ସମ୍ମିଳିତ ପ୍ରୟାସ ଦ୍ୱାରା ଜଳ ଏକ ସ୍ଥିର ଶକ୍ତି ଏବଂ ନିରନ୍ତର ବିକାଶ ପାଇଁ ଏକ ଉତପ୍ରେରକ ହୋଇପାରିବ ।ବିଶ୍ୱ ଜଳ ଦିବସ ପରିପ୍ରେକ୍ଷୀରେ ଏବଂ ନିରନ୍ତର ବିକାଶ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଓଡ଼ିଶା ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ଆଜି ପୂର୍ବାହ୍ନରେ ବିଭାଗର ସମ୍ମିଳନୀ କକ୍ଷରେ ଜଳର କ୍ରମାଗତ ଆବଶ୍ୟକତା ବୃଦ୍ଧି ଓ ଏହାର ଦକ୍ଷ ବ୍ୟବହାରରେ ବିଭାଗ କିପରି ଯୋଗଦାନ ଦେଉଛି, ସେ ସଂପର୍କରେ ଏକ ଆଲୋଚନାକରାଯାଇଥିଲା ।

- Advertisement -

ରାଜ୍ୟ ଉନ୍ନୟନ କମିଶନର ତଥା ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଧିବେଶନରେ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।ବିଭାଗ ପକ୍ଷରୁ ନିଆଯାଇଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସମେତ ବିଭିନ୍ନ ଜଳ ବ୍ୟବହାରକାରୀଙ୍କ ମଧ୍ୟରେ ଜଳର ସଠିକ ଓ ସମାନ ବଣ୍ଟନ ଉପରେ ଆଲୋଚନା ହୋଇଥିଲା।

ଜଳର ସଂରକ୍ଷଣ-ପୁନଃବ୍ୟବହାର ସଂସ୍କୃତିକୁ ପ୍ରୋତ୍ସାହିତ କରିବା, ଫସଲର ବିବିଧିକରଣ ପୂର୍ବକ ସମାନ ଜମିରୁ ବର୍ଷରେ ଏକାଧିକ ଫସଲ କରାଯିବା, ଦକ୍ଷ ଜଳ ବ୍ୟବହାର ପାଇଁ ଜ୍ଞାନକୌଶଳ ପ୍ରୟୋଗ, ସମାନତା ଏବଂ ନ୍ୟାୟସଙ୍ଗତ ଭାବରେ ଜଳପରିଚାଳନା, ଏଥିରେ ମହିଳାମାନଙ୍କର ଦାୟିତ୍ୱ ଓ ନେତୃତ୍ୱ ଏବଂ ଜଳ ବଣ୍ଟନରେ ଥିବା ମତଭେଦକୁ ଆପୋଷ ଭାବରେ ସମାଧାନ କରିବା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା ।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories