୨୦୫୦ରେ ଭାରତ ହେବ ସର୍ବବୃହତ୍‍ ଜନବହୁଳ ରାଷ୍ଟ୍ର: ଜାତିସଂଘ

0

ନୂଆଦିଲ୍ଲୀ: ୨୦୧୭ରେ ବିଶ୍ୱର ଜନସଂଖ୍ୟା ରହିଥିଲା ୭୬୦ କୋଟି। ୨୦୫୦ ସୁଦ୍ଧା ବିଶ୍ୱ ଜନସଂଖ୍ୟା ୯୮୦ କୋଟିକୁ ବୃଦ୍ଧି ପାଇବ। ଭାରତ ସର୍ବାଧିକ ଜନବହୁଳ ରାଷ୍ଟ୍ର ଭାବେ ଉଭା ହେବ। ଜାତିସଂଘର ରିପୋର୍ଟରୁ ଏହା ଜଣାପଡ଼ିଛି।
ରିପୋର୍ଟ ଅନୁଯାୟୀ, ୧୯୫୦ ପରେ ବିଶ୍ୱର ଜନସଂଖ୍ୟା ତିନିଗୁଣା ବଢ଼ିଛି। ୨୦୫୦ ବେଳକୁ ବିଶ୍ୱ ଜନସଂଖ୍ୟାରେ ଯେଉଁ ବୃଦ୍ଧି ଘଟିବ ସେଥିରେ ଭାରତ, ନାଇଜେରିଆ, କୋଙ୍ଗୋ, ପାକିସ୍ତାନ, ଇଥୋପିଆ, ତାଞ୍ଜାନିଆ, ଆମେରିକା, ଉଗାଣ୍ଡା, ଇଣ୍ଡୋନେସିଆ, ଇଜିପ୍ଟ ଆଦି ଦେଶର ପ୍ରମୁଖ ଅବଦାନ ରହିବ। ସେହିପରି ୬୦ ବର୍ଷରୁ ଊଦ୍ଧ୍ୱର୍ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ୨୦୫୦ ବେଳକୁ ବର୍ତ୍ତମାନର ୧୩ %ରୁ ବୃଦ୍ଧି ପାଇ ୨୫% ରେ ପହଞ୍ଚିବ। ଅପରପକ୍ଷରେ ୧୪ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ସଂଖ୍ୟା ଉଦ୍‍ବେଗଜନକ ଭାବେ ହ୍ରାସ ପାଇବ।
୨୦୫୦ ବେଳକୁ ବିଶ୍ୱର ପ୍ରମୁଖ ୧୨ଟି ଦେଶର ଲୋକ ଭାରତରେ ରହିପାରିବେ ବୋଲି ଜାତିସଂଘ ରିପୋର୍ଟରେ ଉଲ୍ଲେଖ ଅଛି। ରିପୋର୍ଟ ଅନୁଯାୟୀ, ସମଗ୍ର ବ୍ରାଜିଲ୍‍ର ଜନସଂଖ୍ୟା ଜମ୍ମୁ-କଶ୍ମୀର, ପଞ୍ଜାବ, ହରିଆନା, ରାଜସ୍ଥାନ, ଗୁଜରାଟ, ଚଣ୍ଡିଗଡ଼, ଡାମନ୍‍ଡ୍ୟୁ, ଦାଦ୍ରା ଓ ନଗର ହାଭେଲିରେ ସ୍ଥାନିତ ହୋଇପାରିବେ। ସମଗ୍ର ଅଷ୍ଟ୍ରେଲିଆର ଜନସଂଖ୍ୟା ଦିଲ୍ଲୀରେ ରହିପାରିବେ। କାଜାଖ୍‍ସ୍ଥାନର ପୁରା ଜନସଂଖ୍ୟା ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ଏବଂ କାନାଡ଼ାର ଜନସଂଖ୍ୟା ସମଗ୍ର ଉତ୍ତର-ପୂର୍ବାଞ୍ଚଳରେ ରହିପାରିବେ ବୋଲି ରିପୋର୍ଟ କହିଛି।

Leave A Reply