ପିଏସଏଲରେ ଖେଳିବେ ବିଶ୍ବର ସବୁଠୁ ଡେଙ୍ଗା କ୍ରିକେଟର

ନୂଆଦିଲ୍ଲୀ : ପାକିସ୍ତାନ ସୁପର ଲିଗ(ପିଏସଏଲ)ରେ ବିଶ୍ବର ସବୁଠାରୁ ଡେଙ୍ଗା କ୍ରିକେଟର ମ୍ୟାଚ ଖେଳିବେ ବୋଲି ଜଣାପଡିଛି। ଏହି ଖେଳାଳିଙ୍କ ନାମ ମହମ୍ମଦ ମୁଦାଶାର। ତାଙ୍କର ବୟସ ମାତ୍ର ୨୧ବର୍ଷ ଏବଂ ତାଙ୍କର ଉଚ୍ଚତା ୭ଫୁଟ୍ ୫ଇଞ୍ଚ। ପିଏସଏଲର ଏକ ଟିମ ତାଙ୍କୁ ଦଳରେ ସାମିଲ କରିଥିବା ଜଣାପଡିଛି। ସେ ସ୍ପିନର ଭାବରେ ଦଳରେ ସାମିଲ ହୋଇଛନ୍ତି। ଏହା ପୂର୍ବରୁ ପାକିସ୍ତାନର ଡେଙ୍ଗା ବାମହାତୀ ଦ୍ରୁତ ବୋଲର ମହମ୍ମଦ ଇରଫାନ ଦଳରେ ସାମିଲ ହୋଇଥିଲେ। ତାଙ୍କର ଉଚ୍ଚତା ୭ଫୁଟ ୧ଇଞ୍ଚ। ମହମ୍ମଦ ମୁଦାଶାରଙ୍କ ଉଚ୍ଚତା ଇମରାନଙ୍କ ଠାରୁ ୪ଇଞ୍ଚ୍ ଅଧିକ।

kalyan agarbati

Comments are closed.