www.samajalive.in
Monday, December 15, 2025
17.1 C
Bhubaneswar

ସମାଜ ସେବୀ ଅକ୍ଷୟ କୁମାର ନାୟକଙ୍କୁ ମିଳିଲା ଅନ୍ତର୍ଜାତିକ ସାମାଜିକ ସମ୍ମାନ

ଭୁବନେଶ୍ବର : ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅକ୍ଷୟ କୁମାର ନାୟକଙ୍କୁ ବୁଧବାର ୱାର୍ଲଡ଼ ଚାରିଟି ୱେଲଫେୟାର ଫାଉଣ୍ଡେସନ ତରଫରୁ ଜଦେବ ଭଵନରେ ଅନ୍ତର୍ଜାତିକ ସାମାଜିକ ସମ୍ମାନ -୨୦୨୩ରେ ସମ୍ମାନିତ କରାଯାଇଛି। ଶ୍ରୀ ନାୟକଙ୍କୁ ଏହି ଅନ୍ତର୍ଜାତିକ ସାମାଜିକ ସମ୍ମାନ ମିଳିଥିବାରୁ ବିଭିନ୍ନ ସମାଜ ସେବା ସଂଗଠନ, ସମାଜ ସେବି ଓ ବହୁତ ପ୍ରଶସକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏହି ସଫଳତାର ଶ୍ରେୟ ସେ ଜାଗୃତି, ପ୍ରଦାତା, ଵନବାସୀ ସେବାସମିତି, ସ୍ଵାତି, ଟାଗୋର ସୋସାଇଟି, କଳ୍ପବୃକ୍ଷ ଆକ୍ସନଏଡ଼ ଓ ଆନ୍ତରଙ୍ଗ କନ୍ଧମାଳଙ୍କୁ ଦେଇଛନ୍ତି। ଏହି ସଂଗଠଗୁଡିକ ସମାଜ ସେବା କରିବାରେ ବିଭିନ୍ନ ତାଲିମ, ଏକ୍ସପୋଜର, ପ୍ରେରଣା ଓ ସୁଯୋଗ ଦେଇ ଥିବାରୁ ତାଙ୍କ ନିକଟରେ ଶ୍ରୀ ନାୟକ କୃତଜ୍ଞତା ଜ୍ଞନପନ କରିଛନ୍ତି।

- Advertisement -

କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ କେଳାପଡା ଗ୍ରାମର ସମାଜ ସେବୀ ଅକ୍ଷୟ କୁମାର ନାୟକଙ୍କୁ ଅନ୍ତର୍ଜାତିକ ସାମାଜିକ ସମ୍ମାନ ପ୍ରଦାନ କରାଯାଇଛି। ସେ ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ବ ସମାଜ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ। କନ୍ଧମାଳର ବଣଜଙ୍ଗଳ ଘେରା ଅପହଞ୍ଚ ଅଞ୍ଚଳରେ ଶିକ୍ଷା , ସ୍ୱାସ୍ଥ୍ୟ, ନିଶା ନିବାରଣ, ଅନ୍ଧବିଶ୍ୱାସ, ଜଙ୍ଗଲ ଜମି, ବାଲ୍ୟ ବିଭାହ ନିରୋଧ , ଶାନ୍ତି ସଦଭାବନା ଓ ଯୁବକ ମାନଙ୍କୁ ସଂଗଠିତ କରି ରାଷ୍ଟ୍ର ନିର୍ମାଣ ଦିଗରେ ପ୍ରଭାବିତ କରି ଆସିଛନ୍ତି। ନେହୁର ଯୁବ କେନ୍ଦ୍ର, ଟାଗୋର ସୋସାଇଟି ଫର ରୁରାଲ ଡେଭେଲମେଣ୍ଟ, ଅଧିକାର, ଆଞ୍ଚଳିକ ଯୁବ ମହାସଙ୍ଘ ଓ ଅନ୍ତରଙ୍ଗ କନ୍ଧମାଳରେ ସାମାଜିକ କର୍ମୀ ଭାବେ ନିଜକୁ ସମର୍ପିତ କରି ସମାଜର ଅନେକ ପରିବର୍ତ୍ତନ ଆଣିଛନ୍ତି ।

ପ୍ରାକୃତିକ ଦୁର୍ବିପାକ ବନ୍ୟା ବତ୍ୟାରେ ରାଜ୍ୟର ବିଭିନ୍ନ ଜିଲ୍ଲା ଯାଜପୁର, ଜଗତସିଂପୁର, ପାରାଦ୍ୱୀପ, ପୁରୀ ଅଞ୍ଚଳରେ ଲୋକମାନଙ୍କୁ ଉଦ୍ଧାର ଓ ରିଲିଫ କାର୍ଯ୍ୟକ୍ରମରେ ତାଙ୍କର ଅବଦାନ ଅତୁଳନୀୟ। ସମାଜ ସେବା ପାଇଁ ସେ ଜିଲ୍ଲା ପ୍ରଶାସନ, ନେହୁର ଯୁବ କେନ୍ଦ୍ର, ଓ ଆନ୍ତରଙ୍ଗ ଦ୍ୱରା ସମ୍ମାନିତ ମଧ୍ୟ ହୋଇଛନ୍ତି।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories