ଚାରିଛକ ଓ ପୁରୁଣାକଟକର ବିଭିନ୍ନ ଗୁଟ୍ଖା ଦୋକାନରେ ଚଢ଼ାଉ
ହରଭଙ୍ଗା: ହରଭଙ୍ଗା ବ୍ଲକର ଦୁଇ ପ୍ରମୁଖ ବଜାର ଚାରିଛକ ଏବଂ ପୁରୁଣାକଟକର ବିଭିନ୍ନ ଗୁଟ୍ଖା ବିକ୍ରୟ ଦୋକାନଗୁଡିକରେ ଖାଦ୍ୟ ନିରାପତ୍ତା ଓ ସୁରକ୍ଷା ଅଧିକାରୀ, ଭେଷଜ ନିରୀକ୍ଷକ, ପୁଲିସ ଏବଂ ଅବକାରୀ ଅଧିକାରୀଙ୍କ ମିଳିତ ସହଯୋଗରେ ଚଢାଉ କରାଯାଇଛି। ୧୭ଟି ଗୁଟ୍ଖା ଦୋକାନରେ ଚଢ଼ାଉ କରି ୩୧ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଜଣାପଡ଼ିଛି। ଏହି ଚଢ଼ାଉରେ ଖାଦ୍ୟ ନିରାପତ୍ତା ଓ ସୁରକ୍ଷା ଅଧିକାରୀ ଧରଣୀଧର ନାୟକ, ଭେଷଜ ନିରୀକ୍ଷକ ସନ୍ତୋଷ କୁମାର ପ୍ରଧାନ, ଅବକାରୀ ଅଧିକାରୀ ସ୍ପନ୍ଦନ କୁମାର ମହାନ୍ତି, ପୁଲିସ ତରଫରୁ ଆଇଆଇସି ପୁରୁଣାକଟକ ରଞ୍ଜିତ କୁମାର ମୁନି ଏବଂ ଜିଲ୍ଲା ପରାମର୍ଶଦାତା ଆଲୋକ କୁମାର ମିଶ୍ର ସାମିଲ ଥିଲେ।
Comments are closed.