www.samajalive.in
Monday, December 8, 2025
14.1 C
Bhubaneswar

ବିଶ୍ଵ ଏଡ୍ସ ଦିବସ: ଚଳିତବର୍ଷର ଥିମ୍ ‘ଅଧିକାର ସଠିକ୍‌ ମାର୍ଗ ଅନୁସରଣ’

ଭୁବନେଶ୍ୱର: ଆଜି ବିଶ୍ଵ ଏଡ୍ସ ଦିବସ ପାଳିତ ହେଉଛି। ଚଳିତବର୍ଷ ବିଶ୍ବ ଏଡ୍ସ ଦିବସର କଥାବସ୍ତୁ ରହିଛି ‘ଅଧିକାର ସଠିକ୍‌ ମାର୍ଗ ଅନୁସରଣ’। ରାଜ୍ୟରେ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଏଡ୍ସ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ଏହାସତ୍ତ୍ବେ ୪ ଜିଲାରେ ସ୍ଥିତି ଗମ୍ଭୀର ରହିଛି। ଜନସଂଖ୍ୟା ଦୃ‌ଷ୍ଟିରୁ ପ୍ରତି ୭୦୦ରେ ଜଣେ ଆକ୍ରାନ୍ତ ହେଉଥିବା ପରିସଂଖ୍ୟାନରୁ ଜଣାପଡିଛି। ବର୍ଷକରେ ୨୫୫୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୬୩,୪୩୭। ବର୍ଷକୁ ପ୍ରାୟ ୪ ଶହରୁ ୫ ଶହ ଜଣଙ୍କର ମୃତ୍ୟୁ ହେଉଥିବା ଓସାକ୍ସ ପକ୍ଷରୁ ସୂଚନା ମିଳିଛି। ଏଡ୍ସକୁ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏ କ୍ଷେତ୍ରରେ ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ବ୍ୟାପକ ସଚେତନତା କରାଯାଉଛି। ବିଭିନ୍ନ ମହାବିଦ୍ୟାଳୟରେ ରେଡରିବନ କ୍ଲବ ସହିତ ଏନଜିଓ ସଂସ୍ଥା ମଧ୍ୟ କାର୍ଯ୍ୟ କରୁଛି। ଏହାଛଡା ଟୋଲ ଫ୍ରି ନମ୍ବର ୧୦୯୭ ନମ୍ବର ଜାରି କରାଯାଇଛି।  ୨୦୦୨ରୁ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ରାଜ୍ୟରେ ୧,୦୨,୫୭,୩୦୦ ନମୁନା ପରୀକ୍ଷା କରାଯାଇଥିବା‌ବେଳେ ସେଥିମଧ୍ୟରୁ ୬୩,୪୩୭ ସଂକ୍ରମିତ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୧୯୧୫୬ ଚିହ୍ନଟ ହୋଇଥିବାବେଳେ ପଛକୁ ରହିଛି କଟକ। ଏହି ଜିଲାରୁ ୭୯୯୪, ଖୋର୍ଦ୍ଧା ୪୨୧୦ ଏବଂ ସମ୍ବଲପୁରରୁ ୩୮୦୭ ଏଡ୍ସରେ ଆକ୍ରାନ୍ତ ହୋଇଛନ୍ତି। ୨୦୨୩ ଅକ୍ଟୋବର/ନଭେମ୍ବର ସୁଦ୍ଧା ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୦,୮୮୬ରେ ଥିବାବେଳେ ଚଳିତବର୍ଷ ଏହି ସଂଖ୍ୟା ୬୩,୪୩୭ରେ ପହଞ୍ଚିଛି। ଅର୍ଥାତ ବର୍ଷକରେ ନୂଆ ଅଢେଇ ହଜାର ସଂକ୍ରମିତ ହୋଇଛନ୍ତି। ଯେଉଁଥିରେ ୪୨,୫୦୨ ପୁରୁଷ ଓ ୨୦,୯୪୫ ମହିଳା ରହିଛନ୍ତି। ଏପର୍ଯ୍ୟନ୍ତ ୫୦,୭୮୪ ମାମଲା ଏଆରଟି କେନ୍ଦ୍ରରେ ପଞ୍ଜିକୃତ ହୋଇଛି। ଯାହାଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରାଯାଉଛି। ସେହିପରି ମୋଟ ସଂକ୍ରମିତଙ୍କ ମଧ୍ୟରୁ ୨୩,୪୭୧ ଯୁବବର୍ଗ ରହିଛନ୍ତି, ଯାହାକି ମୋଟ ସଂକ୍ରମଣର ୩୭ ପ୍ରତିଶତ। ସେହିପରି ବୌଦ୍ଧ ଜିଲାରେ ସର୍ବନିମ୍ନ ୧୧୩ ସଂକ୍ରମିତ ହୋଇଥିବାବେଳେ ୧୨ ଜିଲା‌ରେ ସଂଖ୍ୟା ହଜାରେ ତଳେ ରହିଛି। ସଚେତନତା ନିମନ୍ତେ ସରକାର ଅନେକ କାର୍ଯ୍ୟପନ୍ଥା ଗ୍ରହଣ କରୁଛନ୍ତି। ୮ ଶହ ବିଦ୍ୟାଳୟ ଓ ୭ ମହାବିଦ୍ୟାଳୟରେ ରେଡରିବନ କ୍ଲବ କାର୍ଯ୍ୟ କରୁଛି। ଗୋଷ୍ଠୀସ୍ତରରେ ଏଡ୍ସ ସଚେତନତା ନିମନ୍ତେ ନିକଟରେ ଏକ ଆଇଇସି କାର୍ଯ୍ୟକ୍ରମ କରାଯାଇଥିଲା ଯେଉଁଥିରେ ୬୩,୬୨୧ ଜଣଙ୍କୁ ବିଭିନ୍ନ ସାମଗ୍ରୀ ପ୍ରଦାନ କରାଯାଇଥିଲା। ତେବେ ଓସାକ୍ସ ପକ୍ଷରୁ ନୀଳାଚଳ ପଲିଟେକନିକଠାରେ ବିଶ୍ବ ଏଡ୍ସ ଦିବସ ପାଳନ କରାଯିବ। ଯେଉଁଥିରେ ୪ଶହରୁ ଅଧିକ ଛାତ୍ରଛାତ୍ରୀ ସାମିଲ ହେବା ସହିତ ବିଭିନ୍ନ କୃତିତ୍ବ ପାଇଁ ପୁରସ୍କୃତ କରାଯିବ। ଏହାସହିତ ପରିସରରେ ଏକ ସେଲ୍‌ଫି ଜୋନ ମଧ୍ୟ କରାଯିବ ବୋଲି ସୂଚନା ମିଳିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories