ବିନିକା ପୂର୍ତ୍ତ ବିଭାଗ ଉପଖଣ୍ଡ କାର୍ଯ୍ୟାଳୟ ତୁରନ୍ତ କାର୍ଯ୍ୟକ୍ଷମ ହେଉ : ପୂର୍ବତନ ବ୍ଲକ ଅଧ୍ୟକ୍ଷ ପଞ୍ଚାନନ ଦନ୍ତା
ବିନିକା : ରାଜ୍ୟ ସରକାର ଦୀର୍ଘବର୍ଷ ପୂର୍ବରୁ ଘୋଷଣା କରିଥିବା ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଠାରେ ପୂର୍ତ୍ତ ବିଭାଗ ଉପଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ବିନିକାରେ କାର୍ଯ୍ୟକ୍ଷମ ହେଉ ନ ଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଏହାକୁ ନେଇ ସାଧାରଣ ଜନତାଙ୍କ ଦାବି ଅନୁସାରେ ବିନିକାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବରିଷ୍ଠ ଆଇନଜୀବୀ ପଞ୍ଚାନନ ଦନ୍ତା ବିନିକାର ଅତିରିକ୍ତ ତହସିଲଦାର ଚାନ୍ଦିନୀ ମେହେରଙ୍କ ଜରିଆରେ ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ରାଜ୍ୟ ସରକାର ବିନିକା ଠାରେ ପୂର୍ତ୍ତ ବିଭାଗର ଉପଖଣ୍ଡ କାର୍ଯ୍ୟାଳୟ ଘୋଷଣା କରିବାର ଆଜିକୁ ଦୀର୍ଘବର୍ଷ ବିତି ଯିବା ପରେ ମଧ୍ୟ ଏଠାରେ ଏହାର କୌଣସି ସ୍ଥାୟୀ କାର୍ଯ୍ୟାଳୟ ଖୋଳୁ ନ ଥିବାରୁ ବିଭିନ୍ନ କାମରେ ସୋନପୁର ଧାଇଁ ଲୋକେ ହଇରାଣ ହେଉଥିବା ଅଭିଯୋଗ ହେଉଛି । ଏହାକୁ ଦୃଷ୍ଟିରେ ରଖି ସରକାର ବିନିକାରେ କାଳ ବିଳମ୍ବ ନକରି ପୂର୍ତ୍ତ ବିଭାଗର ଉପଖଣ୍ଡ କାର୍ଯ୍ୟାଳୟ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ଦନ୍ତା ରାଜ୍ୟ ସରକାରଙ୍କ ଠାରେ ଦୃଢ଼ ଦାବି ରଖିଛନ୍ତି । ଏତବ୍ୟତୀତ ବିନିକା ପୂର୍ତ୍ତ ବିଭାଗର ଉପଖଣ୍ଡ କାର୍ଯ୍ୟାଳୟ ଆଜି ପର୍ଯ୍ୟନ୍ତ ଏଠାରେ କାର୍ଯ୍ୟକ୍ଷମ ହୋଇ ନଥିବାରୁ ପୂର୍ତ୍ତ ବିଭାଗର ଉପଖଣ୍ଡ ଅଧିକାରୀଙ୍କ ସମେତ ସମୂହ କର୍ମଚାରୀ ଦୀର୍ଘବର୍ଷ ଧରି ସୋନପୁର ଜିଲ୍ଲା ମୁଖ୍ୟାଳୟରେ ରହୁଛନ୍ତି । ଏପରି ସ୍ଥିତିରେ ପୂର୍ତ୍ତ ବିଭାଗର ବିନିକା ଅଞ୍ଚଳର ବିବିଧ କାର୍ଯ୍ୟରେ ବିଶେଷ ପ୍ରତିବନ୍ଧକ ସମସ୍ୟା ସୃଷ୍ଟି ହେଉଥିବା ନେଇ ଲୋକେ ଅଭିଯୋଗ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ବାରମ୍ବାର ଲୋକଙ୍କ ଅଭିଯୋଗ କ୍ରମେ ବିନିକା ଠାରେ ପୂର୍ତ୍ତ ବିଭାଗର ଉପଖଣ୍ଡ କାର୍ଯ୍ୟାଳୟ ତୁରନ୍ତ କାର୍ଯ୍ୟକ୍ଷମ କରିବା ନେଇ ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଦନ୍ତା ଦାବି କରିଛନ୍ତି ।
Comments are closed.