www.samajalive.in
Tuesday, December 9, 2025
15.1 C
Bhubaneswar

ମହିଳା ସଂରକ୍ଷଣ ବିଲ୍‍କୁ ସମର୍ଥନ କରି ମୋଦୀଙ୍କୁ ରାହୁଲଙ୍କ ଚିଠି

ନୂଆଦିଲ୍ଲୀ : ଦୀର୍ଘ ୮ ବର୍ଷ ଧରି ମଞ୍ଜୁରୀ ଅପେକ୍ଷାରେ ଲୋକସଭାରେ ପଡିରହିଥିବା ମହିଳା ସଂରକ୍ଷଣ ବିଲ୍‍ ପାରିତ କରିବାର ପୁନଃ ଉଦ୍ୟମ ସ୍ୱରୂପ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ସମର୍ଥନ ଲୋଡିଛନ୍ତି। ଆଗାମୀ ମୌସୁମୀ ଅଧିବେଶନରେ ଏହି ବିଲ୍‍ ଯେଭଳି ନିଶ୍ଚିତ ଭାବେ ସଂସଦରେ ପାରିତ ହେବ ସେଥିନେଇ ଦୃଷ୍ଟି ଦେବାକୁ ସେ ମୋଦୀଙ୍କୁ ନିବେଦନ କରିଛନ୍ତି। ଚିଠିରେ ସେ ଲେଖିଛନ୍ତି, ଏହି ବିଲ୍‍କୁ ପାରିତ କରିବାର ପ୍ରତିଶ୍ରୁତି ୨୦୧୪ ଲୋକସଭା ନିର୍ବାଚନ ଇସ୍ତହାରରେ ଥିବା ପ୍ରମୁଖ ପ୍ରତିଶ୍ରୁତିଗୁଡିକ ମଧ୍ୟରେ ସାମିଲ ଥିଲା। ବିଭିନ୍ନ ଽାଲି ସମୟରେ ମହିଳା ସଶକ୍ତୀକରଣ ଏବଂ ମହିଳାମାନଙ୍କୁ ଉତ୍ତମ ଜୀବନଧାରଣରମାନ ପ୍ରଦାନ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଆସୁଛନ୍ତି। ତେବେ ମହିଳା ସଂରକ୍ଷଣ ବିଲ୍‍କୁ ସମର୍ଥନ ଦେଇ ମୋଦୀ ଏହି ପ୍ରତିଶ୍ରୁତି ପୂରଣ କରିପାରିବେ। ଏ ନେଇ ଆସନ୍ତା ବଜେଟ୍‍ ଅଧିବେଶନଠାରୁ ସର୍ବୋତ୍ତମ ସମୟ କ’ଣ ହୋଇପାରେ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ବିଲ୍‍ ପାରିତ କରିବାରେ ଅଧିକ ବିଳମ୍ବ ହେଲେ ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଏହାକୁ ପ୍ରଣୟନ କରିବା ସମ୍ଭବ ହେବ ନାହିଁ ବୋଲି ରାହୁଲ ଦର୍ଶାଇଛନ୍ତି। ଉଲ୍ଲେଖ ଯେ ୨୦୧୦ରେ କଂଗ୍ରେସ ଶାସନ ସମୟରୁ ଏହି ବିଲ୍‍ ରାଜ୍ୟ ସଭାରେ ମଞ୍ଜୁରୀ ଲାଭ କରିଥିଲେ ମଧ୍ୟ ଲୋକସଭାରେ ମଞ୍ଜୁରୀ ଅପେକ୍ଷାରେ ପଡିରହିଛି। ସଂଖ୍ୟାଗରିଷ୍ଠତାର ସୁଯୋଗ ଉଠାଇ ଏହି ବିଲ୍‍କୁ ପାସ୍‍ କରିବା ନିମନ୍ତେ ମୋଦୀଙ୍କୁ ୨୦୧୭ରେ କଂଗ୍ରେସର ତତ୍‍କାଳୀନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିବେଦନ କରିଥିଲେ ମଧ୍ୟ ବିଜେପି ସେଭଳି ପଦକ୍ଷେପ ଗ୍ରହଣ କରିନାହିଁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories