www.samajalive.in
Monday, December 15, 2025
17.1 C
Bhubaneswar

ମହିଳା ସଂରକ୍ଷଣ ବିଲ୍‍କୁ ସମର୍ଥନ କରି ମୋଦୀଙ୍କୁ ରାହୁଲଙ୍କ ଚିଠି

ନୂଆଦିଲ୍ଲୀ : ଦୀର୍ଘ ୮ ବର୍ଷ ଧରି ମଞ୍ଜୁରୀ ଅପେକ୍ଷାରେ ଲୋକସଭାରେ ପଡିରହିଥିବା ମହିଳା ସଂରକ୍ଷଣ ବିଲ୍‍ ପାରିତ କରିବାର ପୁନଃ ଉଦ୍ୟମ ସ୍ୱରୂପ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ସମର୍ଥନ ଲୋଡିଛନ୍ତି। ଆଗାମୀ ମୌସୁମୀ ଅଧିବେଶନରେ ଏହି ବିଲ୍‍ ଯେଭଳି ନିଶ୍ଚିତ ଭାବେ ସଂସଦରେ ପାରିତ ହେବ ସେଥିନେଇ ଦୃଷ୍ଟି ଦେବାକୁ ସେ ମୋଦୀଙ୍କୁ ନିବେଦନ କରିଛନ୍ତି। ଚିଠିରେ ସେ ଲେଖିଛନ୍ତି, ଏହି ବିଲ୍‍କୁ ପାରିତ କରିବାର ପ୍ରତିଶ୍ରୁତି ୨୦୧୪ ଲୋକସଭା ନିର୍ବାଚନ ଇସ୍ତହାରରେ ଥିବା ପ୍ରମୁଖ ପ୍ରତିଶ୍ରୁତିଗୁଡିକ ମଧ୍ୟରେ ସାମିଲ ଥିଲା। ବିଭିନ୍ନ ଽାଲି ସମୟରେ ମହିଳା ସଶକ୍ତୀକରଣ ଏବଂ ମହିଳାମାନଙ୍କୁ ଉତ୍ତମ ଜୀବନଧାରଣରମାନ ପ୍ରଦାନ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଆସୁଛନ୍ତି। ତେବେ ମହିଳା ସଂରକ୍ଷଣ ବିଲ୍‍କୁ ସମର୍ଥନ ଦେଇ ମୋଦୀ ଏହି ପ୍ରତିଶ୍ରୁତି ପୂରଣ କରିପାରିବେ। ଏ ନେଇ ଆସନ୍ତା ବଜେଟ୍‍ ଅଧିବେଶନଠାରୁ ସର୍ବୋତ୍ତମ ସମୟ କ’ଣ ହୋଇପାରେ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ବିଲ୍‍ ପାରିତ କରିବାରେ ଅଧିକ ବିଳମ୍ବ ହେଲେ ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଏହାକୁ ପ୍ରଣୟନ କରିବା ସମ୍ଭବ ହେବ ନାହିଁ ବୋଲି ରାହୁଲ ଦର୍ଶାଇଛନ୍ତି। ଉଲ୍ଲେଖ ଯେ ୨୦୧୦ରେ କଂଗ୍ରେସ ଶାସନ ସମୟରୁ ଏହି ବିଲ୍‍ ରାଜ୍ୟ ସଭାରେ ମଞ୍ଜୁରୀ ଲାଭ କରିଥିଲେ ମଧ୍ୟ ଲୋକସଭାରେ ମଞ୍ଜୁରୀ ଅପେକ୍ଷାରେ ପଡିରହିଛି। ସଂଖ୍ୟାଗରିଷ୍ଠତାର ସୁଯୋଗ ଉଠାଇ ଏହି ବିଲ୍‍କୁ ପାସ୍‍ କରିବା ନିମନ୍ତେ ମୋଦୀଙ୍କୁ ୨୦୧୭ରେ କଂଗ୍ରେସର ତତ୍‍କାଳୀନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିବେଦନ କରିଥିଲେ ମଧ୍ୟ ବିଜେପି ସେଭଳି ପଦକ୍ଷେପ ଗ୍ରହଣ କରିନାହିଁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories