www.samajalive.in
Monday, December 15, 2025
26.1 C
Bhubaneswar

ପୋଲାଭରମ୍‍ ପ୍ରକଳ୍ପ ନିର୍ମାଣକୁ ମାଓବାଦୀଙ୍କ ବିରୋଧ ; ୨୦ ରେ ବନ୍ଦ ଡାକରା

ମାଲକାନଗିରି  – ସି.ପି.ଆଇ.ଏମ୍‍ ମାଓ ସଙ୍ଗଠନ ମାଲକାନଗିରି , କୋରାପୁଟ ଓ ବିଶାଖାପାଟଣ।। ସୀମାନ୍ତ ମାଓ ଡିଭିଜନ ପକ୍ଷରୁ ପୋଲାଭରମ୍‍ ପ୍ରକଳ୍ପ ନିର୍ମାଣକୁ ବିରୋଧ କରି ଆଗାମି ୨୦ ତାରିଖ ବନ୍ଦ ଡାକରା ଦେଇଛନ୍ତି। କମିଟି ସମ୍ପାଦକ ବେଣୁ ଏକ ପ୍ରେସ୍‍ ଇସ୍ତାହାରରେ ଜଣାଇଛନ୍ତି ଯେ ଗରିବ , ନିଷ୍ପେସିତ ଓ ଦଳିତ ଆଦିବାସୀଙ୍କ ଜିବନ ଜିବିକାକୁ ଉଜାଡିବା ସହ ଶାସକ , ଉଚ୍ଚ ବର୍ଗ ତଥା ପୁଞ୍ଜି ପତି ମାନଙ୍କ ପାଇଁ ନିର୍ମାଣ ହେଉଥିବା ପୋଲାଭରମ ପ୍ରକଳ୍ପକୁ ବିରୋଧ କରିବା ସହ ପୋଲାଭରମ୍‍ ପ୍ରକଳ୍ପ ଦ୍ୱାରା ବିସ୍ତାପିତ ହେଉଥିବା ଜନତା ମାନେ ଏକତ୍ରିତ ହୋଇ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଶୋଷଣ ବ୍ୟବସ୍ଥା ବିରୋଧରେ ଲଢେଇ କରିବା ସହ ଗରିବଙ୍କୁ ବିକାଶ ବାହାନା ଦେଖାଇ ମୋଦି ଏବଂ ନବୀନ ସରକାର ପୁଞ୍ଜିପତିଙ୍କ ବହୁଳ ଜାତି କମ୍ପାନିକୁ ପ୍ରବେଶ କରାଇବା ସଡଯନ୍ତ୍ରରେ ପୋଲାଭରମ୍‍ ପ୍ରକଳ୍ପ ନିର୍ମାଣ କରାଯାଉଛି। ତେଣୁ ପ୍ରକଳ୍ପକୁ ବିରୋଧ କରି ୨୦ ତାରିଖ ଦିନ ବନ୍ଦ ପାଳନ ପାଇଁ ବେଣୁ ଆହ୍ୱାନ ଦେଇଛନ୍ତି। ଜମି ଜଙ୍ଗଲ , ପାଣି , ଗରିବ , ନିଷ୍ପେସିତ ଓ ଦଳିତ ଅ।।ଦିବାସୀଙ୍କ ହକ୍‍ ଓ ଅଧିକାର ପାଇଁ ଲଡେଇ କରିବା ସହ ବନ୍ଦକୁ ସମର୍ଥନ କରି ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ବିରୋଧ କରିବାକୁ ସାଧାରଣ ଜନତାଙ୍କୁ ଆହ୍ୱାନ ଦିଆଯାଇଛି। ସବ୍‍କା ସାଥ୍‍ ସବ୍‍କା ବିକାଶ ନାଆରେ ମୋଦି ସରକାର ସମସ୍ତ ସାମ୍ରାଜ୍ୟ ଓ ଦଲାଲ ପୁଞ୍ଜିପତିଙ୍କ ସମର୍ଥନରେ ସମସ୍ତ ଗରିବଙ୍କୁ ବିନାଶ କରୁଛନ୍ତି। ଗରିବ ହଟାଓ ନାମରେ ସମସ୍ତ ଗରିବଙ୍କୁ ଭିଟାମାଟିରୁ ଉଠାଇ ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories