ମହିଳାମାନେ ପରିବାର ଏବଂ ସମ୍ପ୍ରଦାୟର ମେରୁଦଣ୍ଡ
ମହିଳାଙ୍କ ଶାରିରୀକ ସମସ୍ୟା ଓ ସମାଧାନ ସମ୍ବନ୍ଧିତ ଆଲୋଚନାଚକ୍ର
ଭୁବନେଶ୍ବର: ମହିଳାମାନେ ପରିବାର ଏବଂ ସମ୍ପ୍ରଦାୟର ମେରୁଦଣ୍ଡ ଅଟନ୍ତି। ମହିଳାଙ୍କୁ ମଧ୍ୟ ହୃଦୟରୁ ଶକ୍ତିଶାଳୀ ହୋଇ ମନରୁ ଚିନ୍ତା କରି ନିଜକୁ ସଶକ୍ତ କରିବାକୁ ପଡିବ। ଜୀବନରେ ମହିଳା ମାନେ ଯେଉଁଭଳି ଭାବରେ ଦୈନିକ ଆହ୍ବାନର ସମ୍ମୁଖୀନ ହେଉଛନ୍ତି, ତେଣୁ ମହିଳାମାନେ ସ୍ୱାସ୍ଥ୍ୟର ଯତ୍ନ ନେବା ନିତ୍ୟନ୍ତ ଜରୁରୀ ଅଟେ ବୋଲି ମତ ପ୍ରକାଶ ପାଇଛି। ମହିଳାଙ୍କ କିଛି ସମସ୍ୟା ଓ ତାର ସାମାଧାନର ରାସ୍ତାକୁ ସରଳ କରିବା ନିମନ୍ତେ ଗ୍ୟାପ୍ ଓ ଓଡିଶା ମମ୍ ଟ୍ରାଇବର ମିଳିତ ସହଯୋଗରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସୁଶ୍ରୁତ ହସ୍ପିଟାଲର ସିଇଓ ଚିଦାତ୍ମିକା ଖଟୁଆ ଯୋଗଦେଇଥିଲେ ।
ଦୁଇଟି ସଂଗଠନ ଗ୍ୟାପ୍ ଏବଂ ଓଡିଶା ମମ୍ ଟ୍ରାଇବ୍ ଏକତ୍ରିତ ହୋଇ ମହିଳାଙ୍କ ସୁସ୍ଥତା ଦିଗରେ ଏକ ପଦକ୍ଷେପ ନେଇଛନ୍ତି। ଗ୍ୟାପ୍ ହେଉଛି ଚାରଜଣ ଉତ୍ସର୍ଗୀକୃତ ମହିଳା ଗୁଞ୍ଜନ, ଆୟୁଶି, ପ୍ରୀତି ଏବଂ ସୁଷମା ଙ୍କ ନେଇ ଏକ ଅନନ୍ୟ ଏବଂ ଅସାଧାରଣ ଅନୁଷ୍ଠାନ ଯାହା ମହିଳାଙ୍କ ସାମଗ୍ରିକ ବିକାଶ ଦିଗରେ କାମ କରେ। ଓଡିଶା ମମ୍ ଟ୍ରାଇବ୍ – ୨୦୨୦ ରେ ପ୍ରତିଷ୍ଠିତ ହୋଇଥିଲା ଯାହାର ମୂଳ ଉଦେଶ୍ୟ ହେଉଛି କାର୍ଯ୍ୟରତ ମହିଳା ହୁଅନ୍ତୁ ବା ଗୃହିଣୀ, ବ୍ରାଣ୍ଡ ଏବଂ ମହିଳା ଙ୍କୁ ଏକାଠି କରିବା। ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଭାବେ ଏକ୍ସପର୍ଟ ମାନଙ୍କ ଦ୍ବାରା ମହିଳାମାନଙ୍କ ବିଭିନ୍ନ ଶାରିରୀକ ସମସ୍ୟା ଯେପରିକି ହରମୋନ କ୍ଷେତ୍ରରେ ଅସନ୍ତୁଳନ, ବ୍ୟାୟାମ ନିତ୍ୟକର୍ମ, ମନଯୋଗୀ ଅଭ୍ୟାସ, ମାନସିକ ଚାପ ପରି ସମସ୍ୟା ଓ ତାର ସରଳ ସମାଧାନକୁ ନେଇ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଚାରିଟେବୁଲ୍ ଇଭେଣ୍ଟ ମାଧ୍ୟମରେ ଆଦାୟ ହେବାକୁ ଥିବା ଅର୍ଥରାଶି ଜନଜାତି ମହିଳାଙ୍କ ଶାରିରୀକ ଉନ୍ନତିକରଣ, ତମାଖୁ ବର୍ଜନ ନିମିତ୍ତ ସ୍ବତନ୍ତ୍ର କାର୍ଯ୍ୟକ୍ରମ, ଜନଜାତି ବସବାସ କରୁଥିବା ଅଞ୍ଚଳରେ ନିଶୁଳ୍କ କର୍କଟ ସ୍କ୍ରିନିଂ ଶିବିର ଓ ବିଶୁଦ୍ଧ ଜଳ ବ୍ୟବସ୍ଥା ନିମନ୍ତେ ଖର୍ଚ୍ଚ କରାଯିବ।
Comments are closed.