www.samajalive.in
Sunday, December 7, 2025
14.1 C
Bhubaneswar

ପାରାଗ୍ଲାଇଡିଂ ବେଳେ ଛିଡ଼ିଗଲା ତାର, ମହିଳା ପର୍ଯ୍ୟଟକ ଓ ପ୍ରଶିକ୍ଷକଙ୍କ ମୃତ୍ୟୁ

ସମାଜ ଡିଜିଟାଲ ଡେସ୍କ: ପାରାଗ୍ଲାଇଡିଂ ସମୟରେ ଦୁର୍ଘଟଣା ଘଟି ଜଣେ ମହିଳା ପର୍ଯ୍ୟଟକ ଏବଂ ତାଙ୍କ ପ୍ରଶିକ୍ଷକଙ୍କ ମୃତ୍ୟୁ ଘଟିଛି। ଉତ୍ତର ଗୋଆରେ ଶନିବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ପୁଲିସ କହିଛନ୍ତି। ମହିଳା ଜଣକ ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପାହାଡ଼ିଆ ଅଞ୍ଚଳରେ ପାରାଗ୍ଲାଇଡିଂ ସମୟରେ ମଝି ଆକାଶରେ ଏକ ତାର ଛିଡ଼ି ଯାଇଥିଲା। ଯାହା ଫଳରେ ସେମାନେ ଭାରସାମ୍ୟ ହରାଇ ଏକ ଉଚ୍ଚ ଜାଗାରୁ ଖସି ପଡ଼ିବା ସହିତ ପଥରରେ ପିଟି ହୋଇଯାଇଥିଲେ। କେରି ଉତ୍ତର ଗୋଆର ପ୍ଲେଟ୍ୟୁ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ପ୍ରାଣ ହରାଇଥିବା ମହିଳାଙ୍କ ନାମ ହେଉଛି ଶିବାନୀ ଦବାଲେ ଏବଂ ତାଙ୍କ ଘର ପୁଣେରେ। ପ୍ରଶିକ୍ଷକ ଜଣକ ହେଉଛନ୍ତି ନେପାଳର ସୁମନ ନେପାଳୀ। ପୁଲିସ ଏହି ଘଟଣାରେ ପାରାଗ୍ଲାଇଡିଂ କମ୍ପାନୀର ମାଲିକଙ୍କ ନାମରେ ଉଦ୍ଦେଶ୍ୟ ନ ଥାଇ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories